ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା: ମୋକିମ

0

ଓଡ଼ିଆ ନ୍ୟୁଜ୍: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମଙ୍କ ବଡ଼ ସୂଚନା । ମୋକିମ୍‌ କହିଛନ୍ତି, ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ। ନୂଆ ଦଳ ନେଇ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛି। ଆସନ୍ତା ୧୨ ତାରିଖ ଯୁବ ସମାବେଶରେ ଏକାଠି ହେବେ ଯୁବକ। ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ।

ଅନ୍ୟପଟେ, ଆସନ୍ତା ୧୨ ତାରିଖରେ ମୋକିମ୍‌ଙ୍କ ନୂଆ ଦଳ ପାଇଁ ପଡ଼ିବ ମୂଳଦୁଆ। ଏନେଇ ଏକ ଗଣମାଧ୍ୟମକୁ ମହମ୍ମଦ ମୋକିମ୍‌ ଏହି ସୂଚନା ଦେଇଥିଲେ। ସେ କହିଥିଲେ, ଜାତୀୟ ଯୁବ ଦିବସରେ ନୂଆ ଦଳ ପାଇଁ ମୂଳଦୁଆ ପଡ଼ିବ । ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଗଠିତ ହେବ। ଉପକୂଳ ଜିଲାର ଯୁବ ନେତୃତ୍ୱ ଏକାଠି ହେବେ। ଦଳରେ ଯୁବକଙ୍କୁ ପ୍ରାଧାନ୍ୟ ମିଳିବ, ଦଳର ନାମ କଂଗ୍ରେସ ସହ ରହିବ। କେଉଁ ନାମ ରହିବ ତାକୁ ନେଇ ଜ୍ୟୋତିଷଙ୍କ ସହ ବିଚାରବିମର୍ଶ ଚାଲିଛି ବୋଲି ମୋକିମ୍‌ କହିଥିଲେ।

Leave A Reply

Your email address will not be published.