ଓଡ଼ିଆ ନ୍ୟୁଜ୍: ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ। 3 ଜିଲ୍ଲା ର 8 ବ୍ଲକ ବନ୍ୟାରେ ପ୍ରଭାବିତ। ବାଲେଶ୍ୱର ଜିଲ୍ଲା ର 4 ବ୍ଲକ, ଭଦ୍ରକ ଜିଲ୍ଲାର ଦୁଇ ବ୍ଲକ ଓ ଯାଜପୁର ଜିଲ୍ଲାର ଦୁଇ ବ୍ଲକ ପ୍ରଭାବିତ। କେନ୍ଦୁଝର ଜିଲ୍ଲାରେ ବିଶେଷ ପ୍ରଭାବିତ ହୋଇନହିଁ। 3 ଜିଲ୍ଲାର 81 ଟି ଗ୍ରାମର 30 ହଜାର ରୁ ଅଧିକ ଲୋକ ପ୍ରଭାବିତ। 5 869 ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।ବାଲେଶ୍ୱର ଜିଲ୍ଲାର ସୁବର୍ଣରେଖା ଓ ଜଳକା ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। 3 ଜିଲ୍ଲାରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୃତୟନ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ଚୁଡା ଓ ଗୁଡା ଦିଆଯାଉଛି, ବାଲେଶ୍ୱର ଜିଲ୍ଲାର 16,ଭଦ୍ରକ 10 ଓ ଯାଜପୁର ରେ 3 ଟି ଜାଗାରେ ଫ୍ରୀ ଖାଦ୍ୟ ଦିଆଯାଉଛି।
10 ହଜାର ଲୋକଙ୍କୁ ଦୁଇ ଓଳି ଖାଇବାକୁ ଦିଆଯାଉଛି। ଜିଲ୍ଲପାଳଙ୍କୁ ରିପୋର୍ଟ ମଗାଯାଇଥିଲା। ରନ୍ଧା ଖାଦ୍ୟ ଆହୁରି 7 ଦିନ ପର୍ଯ୍ୟନ୍ତ ଦିଆଯିବ। ଅନେକ ଘର ଭାଙ୍ଗିବା ସହ ରାସ୍ତା ଓ ବ୍ରିଜ ନଷ୍ଟ ହୋଇଛି ସମ୍ପୃକ୍ତି ବିଭାଗ ଅକାଳନ କରି ରିପୋର୍ଟ ଦେବେ। ରିପୋର୍ଟ ପାଇଲା ପରେ ସହାୟତା ଦିଆଯିବ।ଘର ଭାଙ୍ଗିଯାଇଥିଲେ ଘର ଦିଆଯିବ। ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ପାଇଁ କାର୍ଯ୍ୟକ୍ରମ କରାଯାଉଛି। ପଶୁ ପ୍ରଭାବିତ ହୋଇଥିଲେ ସେଠି ସେମାନଙ୍କ ଖାଦ୍ୟ ବ୍ୟବସ୍ଥା କରାଯାଇଛି କୌଣସି କ୍ଷତି ହୋଇଥିଲେ ମାଲିକ ଉପଯୁକ୍ତ ରିପୋର୍ଟ ଦେଲେ କ୍ଷତିପୂରଣ ଦିଆଯିବ। ପାଣି କମିଗଲାଣି କିଛି ଅଞ୍ଚଳରେ ପାଣି ଅଛି। ପାଣି ନିଷ୍କାସିତ ହେବା ପାଇଁ ଦୁଇ ଦିନ ଲାଗିବ। ସବୁ ପରିସ୍ଥିତିକୁ ଫୋକସ ରେ ରଖିବା ପାଇଁ ସମସ୍ତ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଜିରୋ କାଜୁୟାଲିଟି ସଫଳ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।