ଖରାଦିନେ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ କାଟ୍ ହେବନାହିଁ: ମୋହନ ମାଝୀ

0

ଓଡ଼ିଆ ନ୍ୟୁଜ୍: ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା ଧରିକଟିବନି ବିଦ୍ୟୁତ । ପାଓ୍ବାର କଟ୍କୁ ନେଇ ଏକ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ସମସ୍ତଙ୍କୁ ଆଶ୍ବସ୍ତ କରାଇବ । ଗୁରୁବାର ବାଲିଅନ୍ତା ଠାରେ ବିଦ୍ୟୁତ ସବ୍ ଷ୍ଟେସନ ଲୋକାର୍ପଣ ଅବସରରେ ଖରାଦିନେ ପାଓ୍ବାର କଟ୍ ହେବନି ବୋଲି ନିଶ୍ଚିତ କରିଛନ୍ତି । ଅଘୋଷିତ ବିଦ୍ୟୁତ୍ କାଟ୍ ଏକ ଦଣ୍ଡନୀୟ ଅପରାଧ । ଯେଉଁ ଅଧିକାରୀ ବିଦ୍ୟୁତ କାଟ୍ କରିବେ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିପାରେ ।

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଠାରେ ଭୁବନେଶ୍ୱର ବିଦ୍ୟୁତ ଶକ୍ତି ବ୍ୟବସ୍ଥାର ସମ୍ପ୍ରସାରଣ । ୬୦୦ କୋଟି ବ୍ୟୟରେ ୩ ଗ୍ରୀଡ୍ ସବ୍‌ଷ୍ଟେସନ୍ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନ୍ ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.