ନବୀନଙ୍କ ମନ୍ତବ୍ୟ ଅପରିପକ୍ବ: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ନବୀନଙ୍କ ମନ୍ତବ୍ୟକୁ ଅପରିପକ୍ବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିବେକାନୁମୋଦିତ ଭୋଟ୍ ଦେଇଥିବା ପ୍ରତିନିଧିଙ୍କ ପ୍ରତି ମନ୍ତବ୍ୟ ଦୁର୍ଭାଗ୍ୟଜନକ।ଅପରାଧିକ ପୃଷ୍ଠଭୂମି ଥିବା ମନ୍ତବ୍ୟ ଅପରିପକ୍ବତାର ପରିଚୟ। ୨୪ ବର୍ଷ ଧରି ଶାସନ କରିବା ପରେ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।ହାରିଯିବା ପରେ ଏଭଳି ମନ୍ତବ୍ୟ ଅପରିପକ୍ବତାର ପରିଚୟ।

ରାଜ୍ୟସଭା ନିର୍ବାଚନରେ ବିଜେପି ଓ ବିଜେପି-ସମର୍ଥିତ ପ୍ରାର୍ଥୀଙ୍କ ଏହି ପ୍ରଚଣ୍ଡ ବିଜୟ କେବଳ ଦଳୀୟ ସଫଳତା ନୁହେଁ, ବରଂ ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଜନନେତା, ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସୁଦୃଢ଼ ନେତୃତ୍ୱ ଓ ଦୂରଦର୍ଶୀ ମାର୍ଗଦର୍ଶନର ପ୍ରତିଫଳନ। ଆଜି ଆମର ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ଦିଗରେ ଆଡ଼କୁ ବଢ଼ିବା ପାଇଁ ଆମର ଏହି ରାଜ୍ୟସଭା ନିର୍ବାଚନରେ ତିନି ଜଣ ନିର୍ବାଚିତ ହୋଇଛନ୍ତି। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସେ କହିଛନ୍ତି, ଆମର ନବନିର୍ବାଚିତ ସାଂସଦ ମନମୋହନ ସାମଲ, ସୁଜିତ କୁମାର ଏବଂ ଦିଲୀପ ରାୟ ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ସହ ମୋଦୀଜୀଙ୍କ ‘ବିକଶିତ ଭାରତ’ ଅଭିଯାନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି । ରାଜ୍ୟସଭାରେ ଓଡିଶାର ସ୍ୱର ଆହୁରି ଶାଣୀତ ହେବ।

Leave A Reply

Your email address will not be published.