ଓଡ଼ିଆ ନ୍ୟୁଜ୍: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କ୍ଷୋଭ। ଦୁର୍ନୀତିରେ ଯୁବ ଅଧିକାରୀଙ୍କ ସଂପୃକ୍ତି ନେଇ କ୍ଷୋଭ ପ୍ରକାଶ କଲେ। ସରକାରୀ ଅଧିକାରୀ ହୋଇ ଲୋକଙ୍କ ସେବା କରିବେ ସ୍ବପ୍ନ ଦେଖିଥିଲେ।ସ୍ବଚ୍ଛ ସେବା ଦେବେ ବୋଲି କହୁଥିଲେ, କିନ୍ତୁ ତାହା କମ୍ ପ୍ରତିଫଳିତ ହେଉଛି।‘IAS, OAS ପରୀକ୍ଷାରେ ରାଙ୍କ୍ ରଖି ଖବରକାଗଜରେ ପ୍ରଶଂସିତ ହେଉଥିଲେ’।
ଦୁର୍ନୀତି କରି ଜେଲ୍ ଯିବାର ଖବର ସେହି ଖବରକାଗଜରେ ଆସୁଛି’।‘କେବଳ କିଛି ଟଙ୍କା ପାଇଁ ନିଜ ଆଦର୍ଶ ଆଉ ବିଚାରଧାରାକୁ ବିକି ଦେଉଛନ୍ତି।ଏହାଦେଖି ରାଜ୍ୟବାସୀ ଚିନ୍ତିତ ହୋଇ ପଡୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ଏଭଳି ଅଧିକାରୀଙ୍କୁ ସାବଧାନ କରିଦିଅନ୍ତୁ, ଭିଜିଲାନ୍ସ କ୍ଷମା ଦେବନି, କି ଛାଡ଼ିବନି। ପୂର୍ବ ସରକାର କେରାଣ୍ଡି ମଉରାଳୀକୁ ଧରି ବାଳିଆ ରୋହି ଛାଡ଼ି ଦେଉଥିଲେ।କିନ୍ତୁ ଆମ ସରକାର ଭିଜିଲାନ୍ସକୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି।‘୧୬ ମାସରେ IASଠୁ ଆରମ୍ଭ କରି ୭ ମୁଖ୍ୟ ଯନ୍ତ୍ରୀ ଧରାପଡ଼ିଛନ୍ତି’।‘୫ ତହସିଲଦାର, ୪ ବିଡିଓ, ୧୦ ପୋଲିସ ଅଧିକାରୀ, ଜଣେ DFO ଧରାପଡ଼ିଛନ୍ତି।