ଚେତିଲା ପ୍ରଶାସନ, ମହିଳାଙ୍କ ପାଇଁ କଡାକଡି ହେବ ନିୟମ

0

ଓଡ଼ିଆ ନ୍ୟୁଜ୍: ଚେତିଲା ପ୍ରଶାସନ କଡାକଡି ହେବ ନିୟମ।, ବାଲେଶ୍ୱର ଜିଲା ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ଚହଳ ପଡ଼ିଥିବା ବେଳେ ରାଜ୍ୟ ସରକାର କଠୋର ପଦକ୍ଷେପମାନ ନେଉଛନ୍ତି। ଏହି କ୍ରମରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ସମସ୍ତ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗର ଚିଠି କରାଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ମହିଳା ସହାୟତା ନଂ ୧୮୧ ତୁରନ୍ତ ଲେଖିବାକୁ ନିର୍ଦ୍ଦେଶ ରହିଛି।

ଯୌନ ଉତ୍ପୀଡ଼ନ ନିବାରଣ ସମ୍ପର୍କିତ UGC ଗାଇଡ୍ଲାଇନ ପାଳନ ପରାମର୍ଶ କରିବାକୁ କୁହାଯାଇଛି। ଏହାଛଡ଼ା ସଚେତନତା କର୍ମଶାଳା ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପରି କର୍ମଶାଳାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଯୋଗ ଦେବେ। ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ସଦସ୍ୟମାନେ ଯୋଗ ଦେବେ ବୋଲି କୁହାଯାଇଛି। ତେବେ ଏହି କର୍ମଶାଳା ଆୟୋଜନ କରି ୩ ଦିନ ଭିତରେ ଜଣାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.