ଓଡ଼ିଆ ନ୍ୟୁଜ୍: ସରକାରୀ ଅର୍ଥ ହେରଫେର; ସରପଞ୍ଚ ନିଲମ୍ବିତ।ଉଦଳା ବ୍ଲକ ରାଢ଼ୋ ପଞ୍ଚାୟତର ସରପଞ୍ଚ ନିଲମ୍ବିତ।ସରପଞ୍ଚ ବସେନ ମାରାଣ୍ଡିଙ୍କୁ ନିଲମ୍ବନ କଲା ପଞ୍ଚାୟତିରାଜ ବିଭାଗ।ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ଦୁର୍ନୀତି ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି।ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବାପରେ ଆକ୍ସନ।
ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।ରାଢ଼ୋ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ଲଗାଇବାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ପରେ ମାମଲା ଭିଜିଲାନ୍ସ କୋର୍ଟରେ ପହଞ୍ଚିଥିଲା। ଭିଜିଲାନ୍ସ କୋର୍ଟ ସରପଞ୍ଚ ମାରାଣ୍ଡିଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।