ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଅର୍ଥ ହେରଫେର ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ED ନୋଟିସ୍ କରିଛି । ଏହି ମାମଲାରେ ଅକ୍ଟୋବର ୪ ରେ ହାଜର ହେବାକୁ ଇଡି ତାଙ୍କୁ ସମନ ଜାରି କରିଛି । ସୂଚନାନୁସାରେ, ହେମନ୍ତ ସୋରେନ ଶନିବାର (ସେପ୍ଟେମ୍ବର ୨୪) ଦିନ ଅର୍ଥ ହେରଫେର ମାମଲାରେ ଇଡି ତାଙ୍କୁ ଦେଇଥିବା ସମନକୁ ଚ୍ୟାଲେଞ୍ଜ କରି ଝାଡଖଣ୍ଡ ହାଇକୋର୍ଟରେ ଏକ ଆବେଦନ କରିଥିଲେ।
ସୂଚନାଥାଉକି, ଯେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୮ରେ ଅର୍ଥ ହେରଫେର ସହ ଜଡିତ ଏକ ମାମଲାରେ ଇଡି ଦ୍ବାରା ଜାରି କରାଯାଇଥିବା ସମନ ବିରୋଧରେ ସୋରେନଙ୍କ ଆବେଦନକୁ ବିଚାର କରିବାକୁ ମନା କରିଦେଇଥିଲେ । ଜଷ୍ଟିସ ଅନିରୁଦ୍ଧ ବୋଷ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଏକ ବେଞ୍ଚ ସୋରେନଙ୍କୁ ଏହି ମାମଲାରେ ଆଶ୍ବସ୍ତି ପାଇଁ ଝାଡଖଣ୍ଡ ହାଇକୋର୍ଟଙ୍କ ନିକଟକୁ ଯିବାକୁ ଅନୁମତି ଦେଇଥିଲେ । ଏହି ମାମଲାରେ ଇଡି ଏପର୍ଯ୍ୟନ୍ତ ଝାଡଖଣ୍ଡର କିଛି ଲୋକଙ୍କୁ ଗିରଫ କରି ସାରିଛି । ଯେଉଁଥିରେ ସୋରେନଙ୍କ ରାଜନୈତିକ ସହଯୋଗୀ ପଙ୍କଜ ମିଶ୍ରା ସାମିଲ ଅଛନ୍ତି। ପ୍ରଥମେ ନଭେମ୍ବର ୩, ୨୦୨୨ରେ ଇଡି ସମନ ଜାରି କରିଥିଲା । ହେଲେ ସେ ସରକାରୀ ବ୍ୟସ୍ତତା ଦର୍ଶାଇ ହାଜର ହୋଇନଥିଲେ । ତାଙ୍କୁ ଗିରଫ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ ସୋରେନ ।