କେରଳ ଛୁଇଁଲା ମୌସୁମୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତ ପାଇଁ ଖୁସି ଖବର ଆସିଛି। ଗୁରୁବାର ମୌସୁମୀ କେରଳ ଛୁଇଁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ନିଜର ଏକ୍ସ ହ୍ୟାଣ୍ଡେଲରେ ଏନେଇ ସୂଚନା ପ୍ରଦାନ କରିଛି। ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି ।

ଏନେଇ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ ଯୋଗେ ସୂଚନା ଦେଇଛି ଆଇଏମଡି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର ପୂର୍ବ ଆଡ଼କୁ ଅଗ୍ରସର ହେବ। ଏନେଇ ପାଗ ଅନୁକୂଳ ଥିବା ବେଳେ ଅନେକ ସ୍ଥାନରେ ତାତିରୁ ଆଶ୍ବସ୍ତି ମିଳିପାରେ ବୋଲି ଆକଳନ କରାଯାଇଛି  । IMD ପୂର୍ବାନୁମାନ ଅନୁସାରେ ଗୋଟିଏ ଦିନ ପୂର୍ବରୁ କେରଳ ଉପକୂଳ ଛୁଇଁଛି ମୌସୁମୀ ବାୟୁ। ଚଳିତ ବର୍ଷ ମେ 31 ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ।  ମୌସୁମୀ ଆଗୁଆ ଆସିଛି। ଦୁଇ ଦିନ ପୁର୍ବରୁ ମୌସୁମୀ କେରଳ ଛୁଇଁଛି।

ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର ସମ୍ଭାବନା ରହିଛି। ଦେଶରେ ଏଥର ଭଲ ବର୍ଷା ହେବ। ସ୍ୱାଭାବିକ ଠାରୁ ଅଧିକ ବର୍ଷା କରେଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୧ ଜୁନ୍ ରୁ ୩୧ ସେପଟେମ୍ବର ଯାଏଁ ମୌସୁମୀ ଋତୁ ୮୭ ସେମି ପର୍ଯ୍ୟନ୍ତ ବର୍ଷା ହେଇଥାଏ, ଏଥର ୧୦୬ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.