ବନ୍ୟା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୦୦ରୁ ଅଧିକ ମେଡିକାଲ ରିଲିଫ ସେଣ୍ଟରରେ କାମ କରାଯାଉଛି: ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ବନ୍ୟା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି। ବର୍ତ୍ତମାନ ୩୦୦ ଉପରେ ମେଡିକାଲ ରିଲିଫ ସେଣ୍ଟରରେ କାମ କରାଯାଉଛି।  ୧୪୮ ମୋବାଇଲ ମେଡିକାଲ ଟିମ୍ ଗାଆଁ ଗାଆଁ ବୁଲି ମାଇନର ରୋଗର ଚିକିତ୍ସା ସେବା ଯୋଗାଉଛି। ଯେଉଁମାନେ ଗୁରୁତର ରୋଗୀ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ କୁ ପାଠାଇ ଦିଆଯାଉଛି। ଲୋକମାନଙ୍କୁ ସଚେତନତା ଜଳ ବିଷଧନ ପକ୍ରିୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ୧୪ଟି ବନ୍ୟା ପ୍ରଭାବିତ ଅଞ୍ଚଳରୁ ୪୭ ହଜାର ୫୦୦ ରୋଗୀଙ୍କର ଚିକିତ୍ସା କରାଯାଉଛି। ବନ୍ୟା ପରେ ସାଧାରଣ ଜଳ ବାହିତ ରୋଗ ବଢିପାରେ। ଏନେଇ  ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ସଚେତନ ରହିଛି। ପାଣି କୁ ଭଲ ଭାବରେ ଫୁଟାଇବା, ହାଲୋଜିନ ଔଷଧ ପକାଇକି ପାଇବେ। ଖାଦ୍ୟରେ ମାଛି ଯେଭଳି ନ ବସିବେ, ବାସିଖାଦ୍ୟ ନ ଖାଇବା ନେଇ ସଚେତନ ରହିବା ଆବଶ୍ୟକ। ସାପ କାମୁଡ଼ାରେ 82 ଜଣଙ୍କ ରିପୋର୍ଟ ଆସିଛି। ସମସ୍ତ ବ୍ଲକ୍ ରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ରଖାଯାଇଥିଲା। ସଫଳ ଭାବରେ ଚିକିତ୍ସା ଯୋଗାଇଛି। ସାପ କାମୁଡ଼ାରେ କାହାରି ବି ମୃତ୍ୟୁ ଘଟିନାହିଁ।

Leave A Reply

Your email address will not be published.