ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତଗିରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଏକ ପରିବାରର ମା’ ଏବଂ ପୁଅଙ୍କର ମୃତ୍ୟୁ ଘଟିଛି। ତେବେ ସୂଚନା ମୁତାବକ, ଆଜି ସକାଳୁ ଦୁର୍ଯ୍ୟୋଧନ ଅମାନାତ୍ୟ ଘର ତାରରେ ଗାମୁଛା କାଢିବା ବେଳେ ହଠାତ୍ ବିଦ୍ୟୁତ୍ ଆଘାତ ଲାଗିଥିଲା।
ସେ ବିଦ୍ୟୁତ୍ ଆଘାତରେ ଛଟପଟ ହେଉଥିବା ଦେଖି ମା’ ରମା ଅମାନାତ୍ୟ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ। ମାତ୍ର ତାଙ୍କୁ ବି ବିଦ୍ୟୁତ୍ ଆଘାତ ଲାଗିଥିଲା। ମୃତ୍ୟୁବରଣ କରିଥିଲେ। ଏହାଦେଖି ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ଓ ଶାଶୁ ଉଭୟଙ୍କୁ ବଞ୍ଚାଇବାକୁ ଯାଇଥିଲେ। ଉଭୟଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲେ ବି ସେମାନେ ବର୍ତ୍ତି ଯାଇଥିବା ଜଣାଯାଇଛି। ଉଭୟଙ୍କୁ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ।
ମାତ୍ର ଡାକ୍ତର ସେଠାରେ ମା’ ପୁଅଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।ଏକାଥରେ ମା’ପୁଅଙ୍କ ମୃତ୍ୟୁ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଛି । ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।