ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନ୍ ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ଯୋଗୁ ଜଣେ ଯୁବକ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ତୁଷାର ଭଟ୍ଟ। ତାଙ୍କ ଘର ଗୁଜରାଟରେ। ତୁଷାର ଭୁବନେଶ୍ୱରରେ ରହୁଥିଲେ। ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ୨ଟା ସମୟରେ କୌଣସି କାମରେ କାର୍ ନେଇ ଘରୁ ବାହାରିଥିଲେ ତୁଷାର।
ତା’ପରଠୁ ସେ ଘରକୁ ଫେରି ନଥିଲେ। କଟକ ଜିଲା ତ୍ରିଶୁଳିଆ ବ୍ରିଜ ନିକଟରେ ଯୁବକଙ୍କ କାର ଥୁଆ ହୋଇଥିବାବେଳେ ନିକଟରେ ଚପଲ ପଡିଥିବା ଦେଖିବାକୁ ମିଳିଛି । ହେଲେ ସଂପୃକ୍ତ ଯୁବକଙ୍କ କୌଣସି ପତ୍ତା ମିଳିନାହିଁ । ନିଖୋଜ ଯୁବକଙ୍କ ନାଁ ତୁଷାର ଭଟ୍ଟ ଓ ତାଙ୍କ ଘର ଗୁଜରାଟରେ ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ ଯୁବକଙ୍କ କୌଣସି ପତ୍ତା ମିଳିନଥିବା ପୁଲିସ କହିଛି ।
ତୁଷାର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ବାରଙ୍ଗ ଥାନା ପୁଲିସ ଘଟରାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଗତ ବୁଧବାର କଟକ ଓଡ଼ିଆ ବଜାର ଅଞ୍ଚଳର ମମତା ସାହୁ ବ୍ରିଜ୍ ଉପରେ ସ୍କୁଟି ଥୋଇ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।