ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୀର୍ଘ ତିନି ମାସ ବନ୍ଦ ରହିବା ପରେ ଖୋଲିବାକୁ ଯାଉଛି ଭିତରକନିକା ଜାତୀୟ ଉଦ୍ୟାନ।ଏହି ଜାତୀୟ ଉଦ୍ୟାନ ଏପ୍ରିଲ ୩୦ ତାରିଖରୁ ଜୁଲାଇ ୩୧ତାରିଖ ଯାଏଁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା।ଏହି ତିନି ମାସ ବଉଳାକୁମ୍ଭୀର ମାନଙ୍କର ପ୍ରଜନନ ଋତୁ ହୋଇଥିବାରୁ ଏହାକୁ ଦୄଷ୍ଟିରେ ରଖି ବନବିଭାଗ ଏହି ପଦକ୍ଷେପ ନେଇଥିଲା।
ଏହି ତିନି ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ନାହିଁବୋଲି ବନବିଭାଗ ନିୟମ ଜାରିକରିଥିଲା । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ସମୟରେ ମାଛଧରା ବୋଟ ଓ ଅନ୍ୟାନ୍ୟ ମଟରଚାଳିତ ବୋଟ ଗୁଡିକୁଜାତୀୟ ଉଦ୍ୟାନ ରେ ନିଷିଦ୍ଧ କରାଯାଇଥିଲା।ମାତ୍ର ଅଗଷ୍ଟ୧ ତାରିଖରୁ ପୁଣି ଥରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ।ଏହି ସମୟରେ ପର୍ଯ୍ୟଟକଙ୍କ ପାଇଁ ବନ ବିଭାଗ ପକ୍ଷରୁ ତିଆରି ହୋଇଥିବା ବୋଟ ଲାଇବ୍ରେରୀ, ଦେଶୀୟ ପକ୍ଷୀଙ୍କ ବସା ଓ ଡାଙ୍ଗମାଳଠାରେ କନିକା କାଫେ ଆଦି ର ଆନନ୍ଦ ନେଇପାରିବେ।
ଚଳିତ ବର୍ଷ ପର୍ଯ୍ୟଟନ ବିଭାଗ ଭିତରକନିକା ରେ ବିଳାସପୂର୍ଣ୍ଣ ବୋଟ୍ ଚଲାଇବାକୁ ଯାଉଛି । ଭିତରକନିକା , ମହାନଦୀ,ବ୍ରାହ୍ମଣୀ ଓ ବୈତରଣୀ ଚାରୋଟି ଅତ୍ୟାଧୁନିକ ବିଳାସପୂର୍ଣ୍ଣ ବୋଟ୍ ଚାଲିବ । ଯେଉଁଥିରେ ପର୍ଯ୍ୟଟକ ମାନେ ବୋଟ୍ ମଧ୍ୟରେ ନଦୀ ମଝିରେ ରାତ୍ରୀ ଯାପନ କରିପାରିବେ । ବୋଟ୍ ମଧ୍ୟରେ ସୋଲାର , ଜେନେରେଟର,ଏ ସି ଭଳି ବିଭିନ୍ନ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି l