ଓଡ଼ିଆ ନ୍ୟୁଜ,(ବ୍ୟୁରୋ):୩ ଦିନ ପର୍ଯ୍ୟନ୍ତ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଜୀବନ ଯୁଦ୍ଧରେ ହାରିଗଲେ ପାୟଲ ଦାଶ । ଆକ୍ରମଣରେ ଗୁରୁତର ହୋଇଥିବା ତାଙ୍କ ମା’ ଇନ୍ଦୁ ଦାଶ ଏବେ ବି ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି। ଏପରି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଦାନୀପାଲି ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ ଗତ ୧୪ରେ ଅଇଁଠାପାଲି ଥାନା ଦାନିପାଲୀ ଗାଁ ରାସ୍ତାରେ ଯାଉଥିଲେ।
ନିଜର ଟେଲର ଦୋକାନକୁ ଉଭୟ ଯାଉଥିବା ବେଳେ ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଅଭିଯୁକ୍ତ ସୁରଜ ହାତୀ ଅତର୍କିତ ଭାବେ ସେମାନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଜାଗାବାଡ଼ିକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ଆକ୍ରମଣରେ ଗୁରୁତର ଉଭୟ ମା’ ଝିଅଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବୁର୍ଲାର ଏକ ଘରୋଇ ନର୍ସିଂ ହୋମରେ ଝିଅ ପାୟଲ ଦାସ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିଲା।
ଏହାପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଛି। ଏପରି ସ୍ଥିତି ଗତ ୪ ଦିନ ହେବ ଘରେ ଚୁଲି ଜଳି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟ ପକ୍ଷରେ ମାଆ ଇନ୍ଦୁ ଦାଶ ବୁର୍ଲା ଡ଼ାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।