ଟ୍ୱିଟର ଆକାଉଣ୍ଟରୁ ମା’ କାଳୀଙ୍କ ଫଟୋ ହଟାଇଲା ୟୁକ୍ରେନ, କ୍ଷମା ମାଗି କହିଲା ଆମେ ଦୁଃଖିତ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟରେ ଏଭଳି ଫଟୋ ପୋଷ୍ଟ କରାଯାଇଥିଲା ଯାହା ଭାରତୀୟଙ୍କ ମନରେ କଠୋର ଆଘାତ ଦେଇଥିଲା । ହିନ୍ଦୁମାନେ ପୂଜା କରୁଥିବା ମାଆ କାଳୀଙ୍କ ପରି ଦେଖାଯାଉଥିବା ଏକ ବିକୃତ ଛବି ପୋଷ୍ଟ କରାଯାଇଥିଲା, ଯାହାକୁ ନେଇ ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏବେ ୟୁକ୍ରେନ ସେହି ଟ୍ୱିଟ୍‌କୁ ହଟାଇ ଦେବା ସହ ଭାରତୀୟଙ୍କୁ କ୍ଷମା ମାଗିିଛି । ୟୁକ୍ରେନ୍‌ ପକ୍ଷରୁ ଗତକାଲି ମଧ୍ୟରାତ୍ରରେ ଏକ ଟ୍ୱିଟ୍‌ ହୋଇ ଲେଖାଯାଇଛି ଯେ ‘ଆମେ ଦୁଃଖିତ’ । ଭାରତୀୟ ସଂସ୍କୃତିକୁ ନେଇ ଆମ ମନରେ ଯଥେଷ୍ଟ ସମ୍ମାନ ରହିଛି । ୟୁକ୍ରେନ ଲୋକମାନେ ଭାରତୀୟ ସଂସ୍କୃତି ସମ୍ମାନ ଓ ସମର୍ଥନ କରନ୍ତି । ଫଟୋଟିକୁ ଏବେ ହଟାଇ ଦିଆଯାଇଛି ।’ ପୂର୍ବରୁ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟରେ ମାଆ କାଳୀଙ୍କ ପରି ଦେଖାଯାଉଥିବା ଏକ ବିକୃତ ଛବି ପୋଷ୍ଟ କରାଯାଇଥିବା ବେଳେ ଏହାକୁ ଅପମାନଜନକ ଓ ‘ହିନ୍ଦୁଫୋବିକ୍‌’ ବୋଲି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଅଭିଯୋଗ କରିଥିଲେ । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଟ୍ୱିଟର ହ୍ୟାଣ୍‌ଡେଲରେ ପୋଷ୍ଟ ହୋଇଥିବା ଛବିରେ ଅଣ୍ଟା ତଳର ବସ୍ତ୍ରକୁ ଉପରକୁ ଉଠାଇଥିବା ହଲିଉଡ୍‌ ଅଭିନେତ୍ରୀ ମାରିଲିନ ମନରୋଙ୍କ ପରି ମାଆ କାଳୀଙ୍କୁ ପ୍ରଦର୍ଶିତ କରାଯାଇଥିଲା । ଏହାଦ୍ୱାରା ହିନ୍ଦୁ ଦେବୀଙ୍କୁ ଅପମାନିତ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା।

ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍‌ଡେଲ ଡିଫେନ୍ସ ୟୁ ଦ୍ୱାରା ଏପ୍ରିଲ ୩୦ରେ ଟ୍ୱିଟ ହୋଇଥିବା ଫଟୋ ‘ୱାର୍କ ଅଫ୍‌ ଆର୍ଟ’ କ୍ୟାପସନ୍‌ ସହିତ ସେୟାର କରାଯାଇଥିଲା । ଏହି ଫଟୋରେ ମା କାଲି ହଲିଉଡ ଅଭିନେତ୍ରୀ ମାରିଲିନ୍‌ ମୋନେରୋଙ୍କ ପରି ପ୍ରଦର୍ଶିତ ହୋଇଥିଲା । ଜଣେ ଉପଭୋକ୍ତା ଲେଖିଥିଲେ ‘ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ମୁଁ ଗଭୀର ଦୁଃଖିତ, ଏହା ହିନ୍ଦୁମାନେ ପୂଜା କରୁଥିବା ମା କାଳିଙ୍କୁ ଉପହାସ କରିଛି । ଏହା ସମ୍ବେଦନଶୀଳତା ଏବଂ ଅଜ୍ଞତାର ଏକ ଖୋଲା ପ୍ରଦର୍ଶନ। ଏଣୁ ଏହି ଆପତ୍ତିଜନକ ବିଷୟବସ୍ତୁ ହଟାଇବା ସହ କ୍ଷମା ମାଗିବାକୁ ଦାବି କରୁଛି ଜ୍ଝ ସମସ୍ତ ଧର୍ମ ଏବଂ ବିଶ୍ୱାସ ପ୍ରତି ସମ୍ମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜ୍ଝ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଏହିପରି କାର୍ଟୁନ୍‌ ତିଆରି କରି ଆମର ବିଶ୍ୱାସକୁ ଅପମାନିତ କରିଥିବାରୁ ଲଜ୍ଜା! ବହୁତ ଘୃଣ୍ୟ ପ୍ରୟାସ । ୟୁକ୍‌ରେନ ଉଭୟଙ୍କ ଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା କିଛି ସମୟ ପରେ ଫଟୋ ଏବଂ ଟୁଇଟ୍‌ ଡିଲିଟ କରିଦିଆଯାଥିଲେ ବି ସେତେବେଳକୁ ଏହାର ସ୍କ୍ରିନ ସଟ ଭାଇରାଲ ହୋଇସାରିଥିଲା ।

Leave A Reply

Your email address will not be published.