ବିଜେପି ବିଧାୟକ ପ୍ରାର୍ଥୀଙ୍କ ମୋଟର ସାଇକେଲ ଶୋଭାଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେପି ବିଧାୟକ ପ୍ରାର୍ଥୀଙ୍କ ମୋଟର ସାଇକେଲ ଶୋଭାଯାତ୍ରା। ଖୋର୍ଦ୍ଧା ବିଧାନସଭା କ୍ଷେତ୍ର ୯ନମ୍ବର ଜୋନ ଓଲସିଂହ ଗ୍ରାମପଞ୍ଚାୟତ ଠାରୁ କମାଗୁରୁ ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ବିଜେପିର ନୀତି ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ଓ ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ନେତୃତ୍ବକୁ ଭରଷା କରି ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ ମୋଟର ସାଇକେଲ ଶୋଭାଯାତ୍ରା କରିଛନ୍ତି।ଓଳସିଂ, ଛଣଗିରି , ଅଚ୍ୟୁତପୁର, ଟାଙ୍କଳ ଓ କମାଗୁରୁ ଗ୍ରାମପଞ୍ଚାୟତରେ ଶୋଭାଯାତ୍ରା ଯାଇଥିଲା।

ଶୋଭାଯାତ୍ରାରେ ୨ ହଜାରରୁ ଉର୍ଦ୍ଧ୍ବ ମୋଟର ସାଇକେଲ ସାମିଲ ଥିବା ସହିତ ପ୍ରତ୍ୟେକ ପଂଚାୟତରୁ ଶହ ଶହ କର୍ମୀ ଯୋଗ ଦେଇଥିଲେ ।ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଶୋଭାଯାତ୍ରାରେ ଭୋଟରଙ୍କ ନିକଟତର ହୋଇଥିଲେ।ବିଜେପି ଶୋଭାଯାତ୍ରା ଯାଉଥିବା ବେଳେ ସ୍ୱତଃପ୍ରଭୁତ ଭାବରେ ହଜାର ହଜାର ଲୋକ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସମର୍ଥନ ଜଣାଇଥିଲେ।ବିଜେପି ବିଧାୟକ ପ୍ରାର୍ଥୀ ବିଧାୟକ ଭାବରେ ନିର୍ବାଚିତ ହେଲେ ସମସ୍ତ ସମସ୍ୟା ଆଶୁ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ |

Leave A Reply

Your email address will not be published.