ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁର ହିଂସାକୁ ନେଇ ଉଭୟ ଗୃହ ଓ ବାହାରେ ହଙ୍ଗାମା ଦେଖିବାକୁ ମିଳୁଛି । ବିରୋଧୀ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ମଣିପୁର ହିଂସାକୁ ନେଇ ସରକାର କଠୋର ପଦକ୍ଷେପ ନେଉଥିଲେ ମଧ୍ୟ ବିରୋଧୀ ଏହାକୁ ମାନିବାକୁ ନାରାଜ୍ । ଏହାରି ଭିତରେ ମଣିପୁର ହିଂସାକୁ ନେଇ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ଜଣ ସାଂସଦ । ଇଣ୍ଡିଆ ମେଣ୍ଟ ୨୧ ସାଂସଦ ମଣିପୁର ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ସେଠାରୁ ଫେରିବା ପରେ ସକାଳ ୧୧ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ । ବିରୋଧ ଦଳ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିଥିଲେ । ମଣିପୁରର ଆଇନ୍ ଶୃଙ୍ଖଳା ସ୍ଥିତି ଏବଂ ବିଭିନ୍ନ ଶିବିରରେ ରହୁଥିବା ପୀଡ଼ିତମାନଙ୍କ ସମସ୍ୟା ସମ୍ପର୍କରେ ବିରୋଧୀ ମେଣ୍ଟ ରାଷ୍ଟ୍ରପତିଙ୍କୁ ଅବଗତ କରାଇବେ ।