ସାଂସଦ ପ୍ରଜ୍ଞା ଠାକୁରଙ୍କୁ ହତ୍ୟା ଧମକ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ଜୀବନରୁ ମାରିଦେବାକୁ ତାଙ୍କୁ ଧମକ। ବିଳମ୍ବିତ ରାତିରେ ହ୍ୱାଟସଆପ କଲରେ କେହିଜଣ ଇକବାଲ କାସକର ତାଙ୍କୁ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି । ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ହ୍ୱାଟସଆପ କଲର ଭିଡିଓ ରେକର୍ଡିଂ କରାଇଛନ୍ତି ।

ଏନେଇ ବିଳମ୍ବିତ ରାତିରେ ଟିଟି ନଗର ଥାନାରେ ମାମଲା ମଧ୍ୟ ରୁଜୁ କରିଛନ୍ତି । ଥାନା ଅଧିକାରୀ ଚୈନ ସିଂହ ରଘୁବଂଶୀ କହିଛନ୍ତି ରାତି ୨ଟାରେ ସାଂସଦଙ୍କ କାର‌୍ୟ୍ୟାଳୟରୁ ସୂଚନା ମିଳିଥିଲା ଯେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଧମକପୂର୍ଣ୍ଣ କଲ ମିଳିଛି । ଭିଡିଓ ରେକର୍ଡିଂ ଦେଖିବା ପରେ ପୋଲିସ ଧାରା ୫୦୬ ଓ ୫୦୭ରେ ମାମଲା ରୁଜୁ କରିଛି ।

Leave A Reply

Your email address will not be published.