ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମୁମ୍ବାଇ ରେଳ ପୋଲିସର ଟ୍ୱିଟର ଆକାଉଣ୍ଟରେ ହଠାତ୍ କେହି ଜଣେ ହ୍ୟାକ୍ କରିନେଇଛି। ଏହି ସୂଚନା ରେଳ ପୋଲିସ କମିଶନର ପ୍ରଦାନ କରିଛନ୍ତି। ମୁମ୍ବାଇରେ ରହୁଥିବା ଲୋକଙ୍କୁ ଏହି ଟ୍ୱିଟର ହ୍ୟାଣ୍ଡେଲରୁ ଯାହା ନୂଆ ଟ୍ୱିଟ୍ କରାଯିବ ତାହା ଉପରେ ବିଶ୍ୱାସ ନକରିବାକୁ ସେ କହିଛନ୍ତି।
ଏ ବାବଦରେ ଅଧିକ ସୂଚନା ଦିଆଯିବ, କେବଳ ସେତେବେଳେ ରେଳ ପୋଲିସର ଟ୍ୱିଟକୁ ଧ୍ୟାନ ଦିଅନ୍ତୁ। କମିଶନର୍ କହିଛନ୍ତି ଯେ ଏଜେନ୍ସିମାନେ ଏହି ଘଟଣାର ତଦନ୍ତରେ ନିୟୋଜିତ ଅଛନ୍ତି ଏବଂ ଯଥାଶୀଘ୍ର ଆକାଉଣ୍ଟ ପୁନଃସ୍ଥାପିତ ହେବ।