ରାଜଧାନୀରେ କମୁନି ପ୍ରଦୂଷଣ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):   ରାଜନୀତିରେ ଦିନକୁ ଦିନ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ । ପ୍ରଦୂଷଣ ରୋକିବାକୁ ରାଜଧାନୀରେ ଅଡ ଇଭିନ ଫର୍ମୁଲା ଲାଗୁ ହୋଇଥିଲେ ମଧ୍ୟ କୌଣସି ଲାଭ ମିଳୁନି । ତେବେ ଏନେଇ ରାଜଧାନୀ ଦିଲ୍ଲୀରେ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କ ଛୁଟିକୁ ବଢାଇ ଦିଆଯାଇଛି । ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି ସ୍କୁଲ ଛୁଟି ବଢିବା ନେଇ ଘୋଷଣା କରିଛନ୍ତି ।

ପ୍ରଦୂଷଣ ସ୍ତର ବଢିବାରୁ ୧୦ ନଭେମ୍ବର ନୁହେଁ ୧୮ ନଭେମ୍ବର ପର୍ୟ୍ୟନ୍ତ ଛୁଟିକୁ ବଢାଇ ଦିଆଯାଛି । ପ୍ରଥମରୁ ୫ମ୍ ପର୍ୟନ୍ତ ସ୍କୁଲ ସଂପୂର୍ଣ୍ଣ ବନ୍ଦ ରହିବା ସ୍ଥଳେ ୬ଷ୍ଠରୁ ୧୨ଶ ଶ୍ରେଣୀ ପର୍ୟ୍ୟନ୍ତ ପିଲା ଅନଲାଇନ କ୍ଲାସ କରିବେ । ଦିଲ୍ଲୀ ସରକାର ଦ୍ୱାରା ଜାରି ହୋଇଥିବା ଆଦେଶରେ କୁହାଯାଇଛି କି, ଦିଲ୍ଲୀରେ ଏକ୍ୟୁଆଇ ୯୦୦ ପାର ହୋଇସାରିଛି । ଯାହା ବହୁତ ଗମ୍ଭୀର । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ କରିବାକୁ ଆଦେଶ ଦିଆଯାଇଛି । ଏହାପୂର୍ବରୁ ୧୦ ତାରିଖ ପର୍ୟ୍ୟନ୍ତ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ସ୍ଥଳେ ଏବେ ଏହାକୁ ବଢାଇ ଦିଆଯାଇଛି ।

ଆସନ୍ତା ୧୮ ତାରିଖ ପର୍ୟ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ବାୟୁ ପ୍ରଦୂଷଣ ଯୋଗୁଁ ଶୀତକାଳୀନ ଛୁଟି ଆଗୁଆ ଘୋଷଣା କରାଯାଇଛି । ସୁପ୍ରିମକୋର୍ଟ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ରାଜ୍ୟ ସରକାରଙ୍କୁ ପାଳ ଜାଳିବା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦୂଷଣ ଯୋଗୁଁ ଲୋକଙ୍କୁ ମରିବାକୁ ଦିଆଯିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିଆଣାରେ ନଡ଼ା ପୋଡ଼ିବା ଯୋଗୁ ଦିଲ୍ଲୀରେ ଅସ୍ୱଭାବିକ ଭାବେ ପ୍ରଦୂଷଣ ବଢ଼ୁଥିବା କୋର୍ଟ କହିଛନ୍ତି । ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀରେ ଅଡ-ଇଭିନ ଫର୍ମୁଲା ଲାଗୁ ହୋଇଛି ।

Leave A Reply

Your email address will not be published.