ପୁଅର ଫାଉଡ଼ା ଚୋଟରେ ମା’ର ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍: ନିଶାସକ୍ତ ପୁଅର ନୃଶଂସକାଣ୍ଡ। ଗାଁ ଦାଣ୍ଡରେ ମା’କୁ କୋଦାଳରେ ହାଣି ହତ୍ୟା କଲା ପୁଅ। ଆଜି ସକାଳେ ପୁରୀ ପେଣ୍ଠକଟା ମେରାଇନ ଥାନା ଅଧୀନ ସମଙ୍ଗରା ଗ୍ରାମରେ ଘଟିଛି ଏଭଳି ଲୋମଟାଙ୍କୁରା ବିଭତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ପୁଅକୁ ପିଟିପିଟି ଲହୁଲୁହାଣ କଲେ ଗ୍ରାମବାସୀ। ଯୁବକକୁ ଉଦ୍ଧାର କରିବା ବେଳେ ୪ ପୁଲିସ ଆହତ। ଗୁରୁବାର ସକାଳ ପ୍ରାୟ ୭ଟା ବେଳେ ସମଙ୍ଗରା ଗ୍ରାମର କନକ ପ୍ରଧାନ ଗୋରୁଙ୍କୁ ଖାଇବାକୁ ଦେଉଥିଲେ। ଏହି ସମୟରେ ନିଶା ଖାଇବାକୁ ପୁଅ ବିକ୍ରମ ପ୍ରଧାନ ମା’କୁ ଟଙ୍କା ମାଗିଥିଲା।ସବୁବେଳେ ନିଶାଗ୍ରସ୍ତ ଅବସ୍ଥାରେ ରହୁଥିବା କାରଣରୁ ପୁଅ ପାଇଁ ଚିନ୍ତିତ ଥିବା କନକ ଟଙ୍କା ଦେବାକୁ ମନା କରିଦେଇଥିଲେ।

ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲା ବିକ୍ରମ। ପାଖରେ ଥିବା ଏକ କୋଦାଳରେ ମା’ କନକଙ୍କ ମୁଣ୍ଡକୁ ମାରିଥିଲା ଚୋଟ। ଏଥିରେ କନକଙ୍କ ମୁଣ୍ଡ ଦୁଇ ଫାଳ ହୋଇଯାଇଥିଲା। ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ପ୍ରବଳ ରକ୍ତସ୍ରାବ ହେବା ସହ ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଗାଁ ଲୋକେ ଘେରିଯାଇ ବିକ୍ରମକୁ କାବୁ କରିଥିଲେ।

Leave A Reply

Your email address will not be published.