ଗଞ୍ଜାମ ପିତଳରେ ୪ ଭାଇଙ୍କୁ ନିର୍ମମ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ରାୟ।
ସୂଚନା ଅନୁସାରେ ଘଟଣା ଦିନ ରାତିରେ ପିତଳ ଛକରେ ଫାଷ୍ଟଫୁଡ୍ ଦୋକାନୀ ଶମ୍ଭୁ ସ୍ୱାଇଁଙ୍କ ସହ ମୁଖ୍ୟ ଅଭିଯୁକ୍ତ ଅମୀୟ ସ୍ୱାଇଁର ବଚସା ହୋଇଥିଲା । କମେଣ୍ଟ ମାରିବାକୁ ବିରୋଧ କରିବାରୁ ଅମୀୟ ଓ ତାଙ୍କ ୫ ଜଣ ସହଯୋଗୀ ଶମ୍ଭୁ ଓ ତାଙ୍କ ଭାଇଙ୍କୁ ମାଡ଼ ମାରିଥିଲେ । କାଠ ଫାଳିଆ, ଆକ୍ରମଣ କରିବା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଚଢ଼ାଉ ପରେ ଅମୀୟ ସ୍ୱାଇଁ, ବାହାନପତି, ଦିପୁ ସେଠୀ, ଚିତ୍ରସେନ ସେଠୀ, ସନ୍ତୋଷ ସ୍ୱାଇଁଙ୍କୁ ଗିରଫ କରାଯାଇଛି । ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଛି । ସେମାନଙ୍କୁ ରିମାଣ୍ଡରେ ଆଣି ସିନ୍ ଅଫ କ୍ରାଇମ ରିକିଏସନ ହେବ । ମାରଣାସ୍ତ୍ର ସହ ୨ ବାଇକ୍ ଜବତ କରାଯାଇଛି । ଫେରାର ଅଭିଯୁକ୍ତଙ୍କୁ ଗିରଫ ପାଇଁ ଟିମ୍ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍ପି।