ଭୁବନେଶ୍ୱର(ଓଡ଼ିଆ): ସନ୍ଦେହ ଘେରରେ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଝୁଲନ୍ତା ମୃତଦେହ । ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ରାଇମୋହନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ହେଲେ ରାଇମୋହନଙ୍କ ଝୁଲନ୍ତା ଅବସ୍ଥାର ମୃତଦେହଦର ଦୃଶ୍ୟ ଭିନ୍ନ କିଛି କହୁଛି । ସାଧାରତଃ ଜଣେ ଆତ୍ମହତ୍ୟା କରିବାକୁ ଯାଇ ଝୁଲିପଡ଼ିଥିବା ବେଳେ ଛାଟିବାଡ଼େଇ ହେବାଟା ସ୍ୱାଭାବିକ, ଫଳରେ ମୃତଦେହ ପାଖରେ ଥିବା ଚେୟାର ଗଡ଼ିଯିିବା କଥା କିନ୍ତୁ ତାହା ହୋଇନାହିଁ । ଦ୍ୱିତୀୟତଃ ଜଣେ ବ୍ୟକ୍ତିର ଗୋଡ଼ ଯଦି ତଳେ ଲାଗିଥାଏ ସେ ଫାସିରେ ଝୁଲିଲେ ବି ମରିବା ଅସମ୍ଭବ । ତେଣୁ ପାରିପାଶ୍ୱିର୍କ ଚିତ୍ର ଦେଖିବା ପରେ ଏହା ହତ୍ୟା ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ସାରିଥିବା ବେଳେ ପୋଷ୍ଟମୋର୍ଟମ ରିପୋର୍ଟ କଣ ଆସୁଛି ତାହା ଦେଖିବାକୁ ବାକି ରହିଲା ।
କହିରଖୁ କି, ଓଲିଉଡର ଶ୍ରେଷ୍ଟ ଖଳନାୟକ ଭାବେ ରାଇମୋହନ ପରିଡା ବେଶ୍ ପରିଚିତ । ୧୯୬୩ ମସିହାରେ କେଉଁଝରର ଉଦୟପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ । ସେ ଚାରି ଝିଅ ରେ ଗୋଟିଏ ପୁଅ ଥିଲେ । ଓଡିଆ ଫିଲ୍ମ ପକା କମ୍ବଳ ପୋତ ଛତାରୁ ସେ ନିଜର ଅଭିନୟ କ୍ୟାରୟର ଆରମ୍ଭ କରିଥିଲେ । ଏହା ପରେ ୧୯୯୨ ମସିହାରେ ସାଗର ଭୂମିକାରେ ଅଭିନୟ କରିଥିଲେ । ଏହିପରି ୧୦୦ ରୁ ଉର୍ଦ୍ଧ ଓଡିଆ ଫିଲ୍ମ ରେ ଅଭିନୟ କରିଛନ୍ତି ରାଇମୋହନ। ୨୦୦୨ ମସିହାରେ ସେ ଓଡିଆ ଫିଲ୍ମ ଛାଡି ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡିଆ ଯାତ୍ରା ଓ ଫିଲ୍ମ ସହ କିଛି ହିନ୍ଦୀ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି ।