ବିଜେଡିରୁ ଇସ୍ତଫା ଦେଲେ ଏନ ଭାସ୍କର ରାଓ

0

ଓଡ଼ିଆ ନ୍ୟୁଜ୍: ରାୟଗଡାରେ ବିଜେଡିକୁ ବଡ଼ ଝଟକା । ଦଳ ଛାଡିଲେ ଏହି ବରିଷ୍ଠ ନେତା । ରାଜନୀତିରେ ହଇଚଇ । ଜିଲାରେ ବିଜେଡିରେ ବରିଷ୍ଠ ନେତା ଓ କର୍ମୀଙ୍କ ମନରେ କୁହୁଳିଛି ଅସନ୍ତୋଷର ନିଆଁ । ଏହି ସମୟରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଅବସରରେ ସେ ଏକ ବଡ଼ ଘୋଷଣା କରି ବିଜୁ ସ୍ବାଭିମାନ ମଞ୍ଚ ଗଠନ ହେବା ନେଇ ସୂଚନା ଦେଇଛନ୍ତି। ତାଙ୍କ ସହ ଲାଲ ବିହାରୀ ହିମରିକା ମଧ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ବିଜେଡିର କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିଲେ ଭାସ୍କର ରାଓ । ସାମ୍ବାଦିକ ସମ୍ମିଳନୀରେ ନିଜ ଅସନ୍ତୋଷ ଝାଡ଼ିଛନ୍ତି ରାଓ । ଜିଲ୍ଲା ସଭାପତି ଚୟନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି, ’ବିଜେଡିର ସଭାପତି ଚୟନ ସମସ୍ତଙ୍କ ମନରେ ଆଘାତ ଦେଇଛି । ପରାଜିତ ବ୍ୟକ୍ତିଙ୍କୁ ସଭାପତି ପଦ ଦିଆଯାଇଛି । ହେଲେ ଦକ୍ଷ ନେତାଙ୍କୁ ପଚରାଯାଉନି । କେହି ଭାବିନଥିଲେ ଏଭଳି ନିଷ୍ପତ୍ତି ନିଆଯିବ ବୋଲି । ଆମେ ନବୀନ ବିରୋଧୀ ନୁହେଁ, କିନ୍ତୁ ବିଜୁ ପ୍ରେମୀ । କର୍ମୀ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । କଂଗ୍ରେସ ବିରୋଧରେ ଆମେ ଲଢେଇ କରୁଥିଲୁ ।

Leave A Reply

Your email address will not be published.