ମାସ୍କ ପିନ୍ଧିଲେ କୋଭିଡ଼ ହେବ ନାହିଁ ବୋଲି କିଛି ବୈଜ୍ଞାନିକ ତଥ୍ୟ ନାହିଁ, ତାହେଲେ ସରକାର କାହିଁକି ବାଧ୍ୟ କରୁଛି ମାସ୍କ ପିନ୍ଧିବାକୁ:ଅକ୍ଷୟ କୁମାର

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍):ଭୁବନେଶ୍ୱରରେ ମୋଦି ବିରୋଧରେ ଗର୍ଜିଲେ ନବ ନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ। ସେ କହିଛନ୍ତି ଦେଶରେ ୯୦ ଭାଗ ଲୋକଙ୍କର ଆଣ୍ଟିବଡି ବା ରୋଗପ୍ରତିରୋଧକ ଶକ୍ତି ନିର୍ମାଣ ହୋଇସାରିଛି ବୋଲି କେନ୍ଦ୍ରସରକାର କହୁଛନ୍ତି। ତେବେ କହିଁକି ଟୀକା ଦେବାର ତାମସା ଚଳାଇଛନ୍ତି।

ନବନିର୍ମାଣ କୃଷକ ସଂଗଠନ ଓ ଭାରତ ନବନିର୍ମାଣ ଅଭିଯାନର ମିଳିତ ପ୍ରୟାସରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମିଳନୀରେ ଏଭଳି ପ୍ରଶ୍ନ କରିଛନ୍ତି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ କହିଛନ୍ତି ପ୍ରତି ସେକେଣ୍ଡରେ ଟିକା ନିର୍ମାତା କମ୍ପାନୀ ୭୨ହଜାର ଟଙ୍କା ରୋଜଗାର କରୁଛନ୍ତି।ଏହା କାହାର ଅର୍ଥ ସରକାର ଉତ୍ତର ଦିଅନ୍ତୁ।ମାସ୍କ ପିନ୍ଧିଲେ କୋଭିଡ ରୋଗ ହେବ ନାହିଁ ବୋଲି ଏ ପର୍ଯନ୍ତ କୌଣସି ବୈଜ୍ଞାନିକ ତଥ୍ୟ ଆସିନାହିଁ।ତେବେ କହିଁକି ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ୍ୟ କରାଯାଉଛି ସେ ନେଇ କେନ୍ଦ୍ର ସରକାର ଜବାବ ରଖନ୍ତୁ ବୋଲି ଅକ୍ଷୟ କହିଛନ୍ତି।

Leave A Reply

Your email address will not be published.