ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ରସିକିଆ ଡାକ୍ତରର ୧୪ ଟି ସ୍ତ୍ରୀ । ଘଟଣାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଘଟଣାଟି ସତ । ଏଭଳି ଜଣେ ରସିକିଆ ଡାକ୍ତରଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ। ଗିରଫ ବ୍ୟକ୍ତି ଜଣକ ପେଶାରେ ହୋମିଓପାଥିକ୍ ଡାକ୍ତର। ଆଉ ତାଙ୍କ ନାମ ରମେଶ ଚନ୍ଦ୍ର ସ୍ୱାଇଁ ତାର ବୟସ ୫୪ ବର୍ଷ ,ଘର କେନ୍ଦ୍ରାପଡା ଅଞ୍ଚଳର । କେବଳ ଓଡିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ବିବାହ କରିଛନ୍ତି ଏହି ଡାକ୍ତର ।କୋଲକାତା, ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ ,ଭୁବନେଶ୍ୱର ଭଳି ସହରରୁ ବିଭିନ୍ନ ମହିଳାଙ୍କୁ ବିବାହ କରିଥିବା ସୂଚନା ମିଳିଛି।
୨୦୨୧ ମସିହାରେ ଜଣେ ମହିଳା ରମେଶ ନାମରେ ଅଭିଯୋଗ କରିଥିଲେ ।ଅଭିଯୋଗ ଆଧାରରେ ମହିଳା ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ଗତକାଲି ଭୁବନେଶ୍ୱରରୁ ଏହି ରସିକିଆ ଡାକ୍ତରକୁ ଗିରଫ କରିଛି ।
ବିଭିନ୍ନ ବିବାହ ସାଇଡ଼ରେ ହାଇ ପ୍ରୋଫାଇଲ ବାୟୋଡାଟା ପ୍ରସ୍ତୁତ କରି ରମେଶ ବିବାହ କରୁଥିଲା ।ପୂର୍ବରୁ ରମେଶକୁ ଆନ୍ଧ୍ର ପୋଲିସ ଗିରଫ କରିଥିବା ସୂଚନା ମିଳିଛି।ତେବେ କେତେଜଣ ମହିଳାଙ୍କ ଠାରୁ କେତେ ଟଙ୍କା ଠକେଇ କରିଛି ତାହାର ତଦନ୍ତ କରୁଛି ପୋଲିସ ।