ଲୋକସେବା ଭବନରେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନବୀନ ସରକାରରେ ୧୩ ଟି କ୍ୟାବିନେଟ ଏବଂ ୮ ଟି ସ୍ଵାଧୀନ ଚାର୍ଜ ସମେତ ୨୧ ଜଣ ମନ୍ତ୍ରୀ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରମନ୍ତ୍ରୀ ଭାବେ ସମୀରରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ ଶପଥ ଗ୍ରହଣ କରିଥିଲେ।
କାହାକୁ ମିଳିଲା କେଉଁ ବିଭାଗ ?
ଜଗନ୍ନାଥ ସାରକା : ଆଇନ, ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ
ନିରଞ୍ଜନ ପୂଜାରୀ : ଅର୍ଥ, ସଂସଦୀୟ ବ୍ୟାପାର
ରଣେନ୍ଦ୍ର ପ୍ରତାପ ସ୍ୱାଇଁ : କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ।
ପ୍ରଦୀପ କୁମାର ଅମାତ : ପଞ୍ଚାୟତରାଜ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ
ପ୍ରମିଳା ମଲ୍ଲିକ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
ଉଷା ଦେବୀ : ଗୃହ ଓ ନଗର ଉନ୍ନୟନ
ପ୍ରଫୁଲ୍ଲ ମଲ୍ଲିକ : ଖଣି ଓ ଇସ୍ପାତ, ପୂର୍ତ୍ତ
ପ୍ରତାପ କେଶରୀ ଦେବ : ଶକ୍ତି, ଶିଳ୍ପ
ଅତନୁ ସବ୍ୟସାଚୀ ନାୟକ :ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ
ନବ କିଶୋର ଦାସ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଅଶୋକ ଚନ୍ଦ୍ର ପଣ୍ଡା : ବିଜ୍ଞାନ ଓ କାରିଗରୀ କୌଶଳ, ସାମାଜିକ ସୁରକ୍ଷଶ ଓ ଭିନ୍ନକ୍ଷମ ସଶକ୍ତିକରଣ
ଟୁକୁନି ସାହୁ : ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ
ରାଜେନ୍ଦ୍ର ଢୋଲକିଆ : ଯୋଜନା ଓ ସଂଯୋଜନ
ଭୁବନେଶ୍ୱରର ଲୋକ ସେବା ଭବନର ନୂତନ ସମ୍ମିଳନୀ କେନ୍ଦ୍ରରେ ମନ୍ତ୍ରୀମାନଙ୍କୁ ଏହି ଶପଥ ଗ୍ରହଣ କରାଯାଇଥିଲା। ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଗୋଟିଏ ଥରରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟରେ ଉଭୟ ଯୁବକ ଏବଂ ବରିଷ୍ଠ ନୂତନ ଚେହେରାଙ୍କୁ ସୁଯୋଗ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହା ସହ ବିଧାୟକ, ସାଂସଦ, ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ।