ଓଡ଼ିଆ ନ୍ୟୁଜ୍: ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ଦିଆଯିବ ପ୍ରସ୍ତାବ।ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ବୈଷୟିକ କମିଟି।ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।ଏହି କମିଟି ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ।ନୂଆ ଟ୍ରାକ୍ ନେଇ କମିଟି ରିପୋର୍ଟ ଦେବ- ନଗର ଉନ୍ନୟନ ମନ୍ତ୍ରୀ। କମ୍ପ୍ରେହେନସିଭ୍ ମୋବିଲିଟି ପ୍ଲାନ୍ ତିଆରି ହୋଇଛି।କେଉଁ ଲାଇନ୍ରେ ଯିବ, କେଉଁଠି ପାର୍କିଂ ଅଞ୍ଚଳ ହେବ କମିଟି ରିପୋର୍ଟ ଦେବ।ନୂଆ ଟ୍ରାକ୍ ନେଇ କମିଟି ରିପୋର୍ଟ ଦେବେ। ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀ ସ୍ତରୀୟ ସବ କମିଟିର ଦ୍ଵିତୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।
ବୈଠକରେ କମ୍ପ୍ରେହେନସିଭ ମୋବିଲିଟି ପ୍ଲାନ୍ ତିଆରି ହୋଇଛି।ପୁରୁଣା ପ୍ରକଳ୍ପ ବନ୍ଦ ହୋଇଛି। ସେସବୁ ରାସ୍ତା ଟ୍ରାଫିକ ଜାମ୍ ରହୁଛି। ଟେଷ୍ଟିଙ୍ଗ୍ ବେଳେ ଲୋକଙ୍କୁ ହଇରାଣ ହେବାକୁ ପଡିଥିବା ମନ୍ତ୍ରୀ କହିଛନ୍ତି।ମେଟ୍ରୋ କାମ ଚାଲିଥିଲେ ସେସବୁ ରାସ୍ତା ବନ୍ଦ ହୋଇ ଯାଇଥାନ୍ତା। ସେଥି ପାଇଁ ନୂଆ ଟ୍ରାକ୍ କେଉଁଠି ହେବ ସେ ରିପୋର୍ଟ କମିଟି ଦେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।