ନନ୍ଦନବିହାର ଲୁଟ୍ ଘଟଣା: ଆଉ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

0

ନନ୍ଦନବିହାର ଲୁଟ୍ ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା କରୁଛି ପୋଲିସ । ୧ କୋଟି ୨ ଲକ୍ଷ ଉଦ୍ଧାର କରିବା ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି  । ଏବେ ପୁଣି ୫୦ ଲକ୍ଷର ଲୁଟ ଟଙ୍କା ଜବତ ହୋଇଛି  ।  ନନ୍ଦନବିହାର ଅଞ୍ଚଳରେ ସିବିଆଇ ଅଧିକାରୀ କହି ୨ କୋଟି ଟଙ୍କା ଲୁଟ ହୋଇଥିଲା । ପୂର୍ବରୁ ଏହି ମାମଲାରେ ୫ଜଣ ଗିରଫ ହୋଇଥିବାବେଳେ ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା କରୁଛି କମିସନରେଟ ପୋଲିସ  । ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୧ କୋଟି ୨ ଲକ୍ଷ ଟଙ୍କା ଜବତ କରିଥିଲା । ଝାରପଡା ଜେଲରେ ଗିରଫ ଅଭିଯୁକ୍ତଙ୍କର ଟିଆଇ ପରେଡ ହେବ ବୋଲି ସୂଚନା ମିଳିଛି ।

ଗତ ରବିବାର ନନ୍ଦନବିହାର ଅଞ୍ଚଳର ନିବାରଣ ପାଣିଙ୍କ ଘରେ ନିଜକୁ ସିବିଆଇ ଅଧିକାରୀର ପରିଚୟ ଦେଇ ଡକାୟତ ଦଳ ଲୁଟ କରିଥିଲେ । ନଗଦ ୨ କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ତଦନ୍ତ ପରେ ପୋଲିସ ଏହି ଲୁଟ ଘଟଣାର ମାଷ୍ଟରମାଇଣ୍ଡ ନିବାରଣ ପାଣିଙ୍କ ସଂପର୍କୀୟ ଡ୍ରାଇଭର ବୋଲି ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଥମେ ୫ ଜଣ ଡକାୟତ ପରେ ଏବେ ୩ ଜଣଙ୍କୁ ଗିରଫ କରିଛି  ।

Leave A Reply

Your email address will not be published.