ନନ୍ଦନକାନନ ପଛ ପାଚେରୀ ଭାଙ୍ଗି ପସିଛନ୍ତି ଜଙ୍ଗଲୀ ହାତୀ: ଆଜି ଦିନ ତମାମ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ଚିଡିଆଖାନା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ନନ୍ଦନକାନନରେ ଜଙ୍ଗଲୀ ହାତୀ ଆତଙ୍କ । ଜିରାଫ ଖୁଆଡ ନିକଟରେ ଦୁଇ ହାତୀ ଥିବାରୁ ପର୍ଯ୍ୟଟକଙ୍କ ପାଇଁ ବିପଦ ରହିଛି । ବିପଦ କୁ ଆଶଙ୍କା କରି କତ୍ତୃପକ୍ଷ ନନ୍ଦନାନନ ଫଟକ ରେ ଅସ୍ତାୟୀ ଭାବେ ତାଲା ପକାଇଛନ୍ତି । ତେବେ ହାତି ଘୌଡାଇବା ପରେ  ପର୍ଯ୍ୟଟକଙ୍କୁ ନନ୍ଦନକାନନ ରେ ପ୍ରବେଶ ପାଇଁ ଅନୁମତି ଦିଆଯିବା ନେଇ କତ୍ତୃପକ୍ଷ ସୂଚନା ଦେଇଛନ୍ତି ସେପଟେ ସନ୍ଧ୍ୟା ୫ ରେ ଆରମ୍ୱ ହେବ ଅପରେସନ୍ ଗଜରାଜ୍ ।

ଏକ ମାସ ବ୍ୟବଧାନରେ ନନ୍ଦାନକାନନ ପାଚେରୀ ଭାଙ୍ଗି ପୁଣି ପରିସରକୁ ପ୍ରବେଶ କରିଛନ୍ତି ଦୁଇଟି ଜଙ୍ଗଲୀ ହାତୀ । କାଲି ବିଳମ୍ବିତ ରାତିରେ ନନ୍ଦନକାନନନ ପଛ ପଟ ପାଚେରୀ ଭାଙ୍ଗି ଜିରାଫ୍ ରହୁଥିବା ଖୁଆଡ ନିକଟରେ ଦୁଇ ଜଙ୍ଗଲୀ ହାତୀ ଏବେ ରହିଥିବା ଜଣାପଡିଛି । ହାତୀ ମାନେ ପର୍ଯାଟକଙ୍କ ରାସ୍ତା ନିକଟରେ ଥିବାରୁ ଏହି ରାସ୍ତା ଉପରକୁ ଚାଲି ଆସିବାର ଆଶଙ୍କା ରହିଛି । ଜଙ୍ଗଲୀ ହାତୀମାନେ ପର୍ଯାଟକଙ୍କ ଚଲାରାସ୍ତାକୁ ଚାଲି ଆସିବାର ସମ୍ଭାବନା ଥିବାରୁ ହାତୀ ମାନଙ୍କ ଜଗି ରହିବା ପାଇଁ କତ୍ତୃପକ୍ଷ  ୧୨ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି ।  ସନ୍ଧ୍ୟା ୫ରେ ଆରମ୍ଭ ହେବ ଅପରେସନ ଗଜରାଜ୍ । ସେଥିପାଇଁ ଆରମ୍ଭ ହୋଇଛି ବୈଠକ । ଅପରେସନରେ ନିୟୋଜିତ ହେବେ ୩ଟି ଟିମ୍।  ଟିମ୍ ରେ ରହିବେ ୫୦ ଜଣ ବନ କର୍ମଚାରୀ । ଯଦି ସଫଳ ହୁଏ ତେବେ ଆସନ୍ତା କାଲି ଖୋଲିବ ପ୍ରାଣୀ ଉଦ୍ୟାନ ।

ଅନ୍ୟପଟେ ହାତୀ ମାନଙ୍କ ପାଇଁ ପର୍ଯାଟକ ଅସୁରକ୍ଷିତ ଆଶଙ୍କା ଥିବାରୁ ଆଜି ସକାଳୁ ପର୍ଯାଟକଙ୍କୁ ଅସ୍ତାୟୀ ଭାବେ ନନ୍ଦନକାନନ ପ୍ରବେଶ ଉପରେ ବାରଣ କରାଯାଇଛି । ଦୁରଦୁରାନ୍ତରୁ ଆସିଥିବା ପର୍ଯଟକ ନନ୍ଦନକାନନ ଗେଟ ନିକଟରେ ଅପେକ୍ଷା କରି ଥିବା ଦେଖାଯାଇଛି । ହାତୀ  ଘଉଡାଇବା ପରେ ପର୍ଯଟକଙ୍କୁ ନନ୍ଦନକାନନ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବା ନେଇ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତ ଦୁଇ ଦିନ ତଳେ ଦୁଇଟି ମଧ୍ୟ ବୟସ୍କ ହାତୀ  ନରାଜ ମହାନଦୀ ପଠାରେ ଅଟକି ରହିଥିଲେ।  ସେହି ଦୁଇ ହାତୀ ଏଠାରୁ ଚାଲି ଆସି ଥିବାର ଅନୁମାନ କରାଯାଉଛି । ଗତ ଫ୍ରେବୃଆରୀ ୧୨ ତାରିଖରେ ଏମିତି ଦୁଇଟି ହାତୀ ନନ୍ଦନକାନନରେ ପସି ଆତଙ୍କ ସୃଷ୍ଟି କରିଥିଲେ । ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ କତ୍ତୃପକ୍ଷ ଏହାର ସ୍ଥାୟୀ ପ୍ରତିକାର ଦିଗରେ କୌଣସି କାର୍ଯ୍ୟ କରୁ ନଥିବାରୁ ସ୍ଥାନୀୟ  ଅଞ୍ଚଳରେ ତିବ୍ର ଅସନ୍ତୋଷ ଦେଖା ଦେଇଛି ।

Leave A Reply

Your email address will not be published.