ନନ୍ଦନକାନନ ଆସିଲେ ନୂଆ ଅତିଥି ଗୋଲ୍ଡେନ ହ୍ୟାଣ୍ଡେଡ୍ ଟାମାରିନ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି ଗୋଲ୍ଡେନ ହ୍ୟାଣ୍ଡେଡ୍ ଟାମାରିନ୍। ଗତକାଲି ହ୍ରାଇଦ୍ରାବାଦରୁ ଦୁଇଟି ପ୍ରଜାତିର ୪ ଜୀବଜନ୍ତୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି ।  ନନ୍ଦନକାନନ ଚିଡିଆଖାନାକୁ ଏକ ଯୋଡା ଗୋଲ୍ଡେନ୍ ହ୍ୟାଣ୍ଡେଡ୍ ଟାମାରିନ୍ ଏବଂ ସ୍କ୍ବିରେଲ୍ ମଙ୍କି ଅଣାଯାଇଛି। ଉଭୟ ପ୍ରଜାତିରୁ ଗୋଟିଏ ଲେଖାଏଁ ଯୋଡି ଚିଡିଆଖାନାରେ ଛଡାଯାଇଛି। ହାଇଦ୍ରାବାଦରୁ ଏମାନଙ୍କୁ ଅଣାଯାଇଥିବା ବେଳେ ଆସନ୍ତା ୧ ମାସ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରଖାଯିବ। ତା’ ପରେ ଖୁଆଡ ଭିତରକୁ ଛଡାଯିବ ବୋଲି ସୂଚନା ମିଳିଛି  । ସେଠାରେ ପ୍ରାଣୀ ଚିକିତ୍ସକ ମାନେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ସିସି ଟିଭି  ମାଧ୍ୟମରେ ସେମାନଙ୍କ ଉପରେ ନଜର ରଖିଛନ୍ତି ।

ଉଭୟ ଗୋଲଡେନ୍ ହ୍ୟାଣ୍ଡେନ୍ ଟାମାରିନ ଏବଂ ସ୍କ୍ବିରେଲ୍ ମଙ୍କି ହାତର ପାପୁଲି ଅଂଶ ସୁନେଲି ରଙ୍ଗର ହୋଇଥିବାରୁ ଏମାନେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି। ପ୍ରାଣୀ ଉଦ୍ୟାନରେ ପ୍ରାୟ ୨୪ ପ୍ରଜାତିର  ଜୀବଜନ୍ତୁ ମାନଙ୍କର ବଂଶ ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ ହୋଇଛି  । ଚଳିତ ବର୍ଷ  ୨୪ଟି ନୂଆ ଜୀବଜନ୍ତୁ ଆଣିବା ପାଇଁ ଯୋଜନା କରାଯାଉଥିବା ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ  । ଗତ ଜୁଲାଇ ମାସରେ ନନ୍ଦନକାନନକୁ  ନୂଆ ଅତିଥି ଆସିଥିଲେ।  ଅରୁଣାଚଳ ପ୍ରଦେଶ ଇଟାନଗର ପ୍ରାଣୀ ଉଦ୍ୟାନରୁ ଅଦଳ ବଦଳ ପ୍ରକ୍ରିୟାରେ ୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟଙ୍କୁ ଅଣାଯାଇଥିଲା। ନନ୍ଦନକାନନରୁ ବାଘ ରକି, ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀର ବଦଳରେ ୨ଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍ ନନ୍ଦନକାନନ ଆସିଥିଲେ।

Leave A Reply

Your email address will not be published.