ନାସା ଛାଡ଼ିଲା ବିଶ୍ୱ ସୃଷ୍ଟିର ଫଟୋ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାର ଗବେଷଣା ପ୍ରତିଷ୍ଠାନ ନାସା ସର୍ବଦା ମହାକାଶର କିଛି ନା କିଛି ଫଟୋ ସେୟାର କରିଥାଏ । ଲୋକମାନେ ମଧ୍ୟ ମହାକାଶ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ନାସା ଜେମ୍ସ ୱେବ ଟେଲିସ୍କୋପ ଦ୍ୱାରା ବ୍ରହ୍ମାଣ୍ଡର ଏକ ରଙ୍ଗୀନ ଫଟୋ ଜାରି କରିଥିବା ଜଣା ପଡ଼ିଛି । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ତରଫରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ ଦ୍ୱାରା ଗାଲେକ୍ସିର ପୂର୍ବରୁ ଦେଖାଯାଇ ନଥିବା ଏକ ଫଟୋ ସେୟାର କରାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବ୍ରହ୍ମାଣ୍ଡର ଏହି ରଙ୍ଗୀନ ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି ।

ବୈଜ୍ଞାନିକମାନେ ଯେଉଁଭଳି ବ୍ରହ୍ମାଣ୍ଡ ଚିତ୍ର ଅନୁମାନ କରିଥିଲେ ଠିକ ସେହିପରି ବ୍ରହ୍ମାଣ୍ଡର ଚିତ୍ର ଆସିଥିବା ଜଣା ପଡ଼ିଛି । ତେବେ ଗତବର୍ଷ ଡିସେମ୍ବର ମାସରେ ଜେମ୍ସ ୱେବ ଟେଲିସ୍କୋପକୁ ଲଞ୍ଚ କରାଯାଇଥିଲା । ଏହି ପ୍ରୋଜେକ୍ଟରେ ୟୁରୋପିଆନ ସ୍ପେସ ଏଜେନ୍ସି ଏବଂ କାନାଡ଼ା ସ୍ପେସ ଏଜେନ୍ସିର ସହଯୋଗ ରହିଥିଲା । ଟେଲିସ୍କୋପ ଦ୍ୱାରା ନିଆ ଯାଇଥିବା ଗାଲାକ୍ସିର ଏହି ରଙ୍ଗୀନ ଫଟୋକୁ ଦେଖିବା ପରେ ସ୍ପେସକୁ ନେଇ ସମସ୍ତଙ୍କ ମନରେ ଉକ୍ରଣ୍ଠା ପ୍ରକାଶ ପାଇଛି । ଆମେରିକା ରାଷ୍ଟ୍ରପତି ଟ୍ୱିଟରରେ ଏହି ଫଟୋକୁ ସେୟାର କରିବା ସହ କହିଛନ୍ତି ଟେଲିସ୍କୋପ ଦ୍ୱାରା ସେୟାର ହୋଇଥିବା ଏହି ଫଟୋ ସ୍ୱତନ୍ତ୍ର ହେବା ସହ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ଏହା ଏକ ଐତିହାସିକ କ୍ଷଣ । ସେହିପରି ଆମେରିକା ସହିତ ସମଗ୍ର ମାନବ ସମାଜ ପାଇଁ ଏହା ଏକ ଖୁସିର ଦିନ । ଗୋଟିଏ ପରେ ଗୋଟିଏ ପାଦ ସଫଳତାର ସହ ଚଢିଚାଲିଛି ନାସା । ନାସାର ସମସ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଜୋ ବିଡେନ ।

 

Leave A Reply

Your email address will not be published.