‘ତାମିଲ ବାବୁଙ୍କ ରିମୋଟରେ ଚାଲିଛନ୍ତି ନବୀନ ବାବୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାର ଲୋକ ଚାହାଁନ୍ତି ମୋଦୀଙ୍କ ଗ୍ୟାରେଣ୍ଟି। ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଏଠୁ ବିଜେଡିକୁ ହଟାଇବୁ। ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ଆୟୋଜିତ ବିଜେପିର ସଙ୍କଳ୍ପ ସମାବେଶରେ ଏଭଳି ଦୃଢ଼ୋକ୍ତି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ବିଜେଡି ନେତୃତ୍ୱ ଏଠାରେ କଏଦ ହୋଇ ଯାଇଛନ୍ତି। ତାମିଲ ବାବୁଙ୍କ ରିମୋଟରେ ଚାଲିଛନ୍ତି ନବୀନ ବାବୁ । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାକୁ କାହାର ସାମର୍ଥ୍ୟ ନାହିଁ।’

ଓଡ଼ିଶା ଗସ୍ତରେ ଆସି ଆଜି ଜଗତସିଂହପୁର ଜିଲ୍ଲା କୁଜଙ୍ଗଠାରେ ଏପରି ଭାବେ ଗର୍ଜିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ସ୍ମୃତି ଇରାନୀ ଆହୁରି କହିଛନ୍ତି, ଓଡ଼ିଶାରେ ରିମୋଟ୍ କଣ୍ଟ୍ରୋଲରେ ସରକାର ଚାଲିଛି। ରିମୋଟ୍ ଧରି ତାମିଲ ବାବୁ ଓଡ଼ିଶାକୁ ଲୁଟୁଛନ୍ତି। ଓଡ଼ିଶାକୁ କବଜା କରି ରଖିଛନ୍ତି ତାମିଲ ବାବୁ। ବିଜେଡି ଓଡ଼ିଶାକୁ ଜମି, କୋଇଲା, ବାଲି ଓ ଖଣି ମାଫିଆଙ୍କ ଭଳି ମାଫିଆ ଦେଇଛି। ତାମିଲ ବାବୁ କାହିଁକି ରତ୍ନଭଣ୍ଡାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନ କରି ଚାପି ଦେଲେ | ତାମିଲ ବାବୁ ଓଡ଼ିଶାକୁ ଲୁଟି ଚାଲିଛନ୍ତି। କିନ୍ତୁ ମୋଦି ଭାରତକୁ ବିକଶିତ କରିବାକୁ କାମ କରି ଚାଲିଛନ୍ତି।

ମୋଦି ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ, ଟଙ୍କା କୁଆଡ଼େ ଗଲା । ‘ଓଡ଼ିଶାରେ କାହିଁକି ପାଣି ଟ୍ୟାପ୍ ଲାଗି ପାରୁନି ବୋଲି ପଚାରିଛନ୍ତି ସ୍ମୃତି ଇରାନୀ । ଏଥିସହ ସେ କହିଛନ୍ତି, ସମଗ୍ର ବିଶ୍ୱର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି କୁଆଡ଼େ ହଜିଲା। ତାକୁ ଖୋଜିବା ପାଇଁ କମିଟି ଗଠିତ ହୋଇଥିବା ବେଳେ ତାହାର ରିପୋର୍ଟକୁ କାହିଁକି ଚାପି ଦିଆଗଲା ବୋଲି ପଚାରିଛନ୍ତି ସ୍ମୃତି ଇରାନୀ ।

Comments are closed.