ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି । କେତେକ ଲୋକ ଧ୍ବଂସ ହୋଇଥିବା କୋଠାତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏହି ବିସ୍ଫୋରଣ ବର୍ଲା ବ୍ଲକର ବୋରସି ଅଞ୍ଚଳରେ ଘଟିଛି।
ସୂଚନା ମୁତାବକ, ଆଜି ସକାଳୁ ଛତିଶଗଡ ବେମେତରା ଜିଲ୍ଲାର ପିରଦା ଗାଁରେ ଏକ ବାରୁଦ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ଅନେକ ଲୋକେ ଆହତ ହୋଇଛନ୍ତି। ବିସ୍ଫୋରଣ ସମୟରେ କାରଖାନା ଆଖପାଖରେ ଲୋକଙ୍କ ଭିଡ ଜମିଥିଲା। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ସମୟରେ ଏହି ଅଞ୍ଚଳରେ ଲୋକଙ୍କ ଭିଡ଼ ଥିଲା। ଆହତମାନଙ୍କ ମଧ୍ୟରୁ ଅନେକଙ୍କୁ ଚିକିତ୍ସା ପାଇଁ ରାୟପୁରର ମେକାହାରା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ବିସ୍ଫୋରଣରେ ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବେମତରା କଲେକ୍ଟର ରଣବୀର ଶର୍ମା କହିଛନ୍ତି ଯେ ଉଦ୍ଧାରକାରୀ ଦଳ ପହଞ୍ଚିବା ମାତ୍ରେ ଆବର୍ଜନା ଅପସାରଣ ଆରମ୍ଭ ହେବ। ସେପଟେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, କାରଖାନା ଭିତରେ ୨୦ ଫୁଟ ଗଭୀରର ଏକ ଗାତ ସୃଷ୍ଟି ହୋଇଯାଇଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଫ୍ୟାକ୍ଟ୍ରି ଆଖପାଖରେ ଥିବା ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
Comments are closed.