ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନରେ ଆଜି ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ। ୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ଜନତା ମତସାବ୍ୟସ୍ତ କରୁଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର, ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ଭୋଟ୍ ଦେଇଛନ୍ତି।
ଭୋଟ୍ ଦେବା ପରେ ସେ ନିଜର କାଳି ଲଗାଯାଇଥିବା ଆଙ୍ଗୁଳି ଦେଖାଇ ଭୋଟଦେବାକୁ ଭୋଟରଙ୍କ ମଧ୍ୟରେ ସଚେତନତଚା ସୃଷ୍ଟି କରିଛନ୍ତି। ତେବେ ସେ ଉପସ୍ଥିତ ଗଣମାଧ୍ୟମ ସହିତ କୌଣସି କଥାବାର୍ତ୍ତା ନ କରି ଘରକୁ ଫେରି ଯାଇଥିଲେ। ରିପୋର୍ଟ ଅନୁସାରେ ସକାଳ ୯ଟା ସୁଦ୍ଧା ୧୦.୮୨ ପ୍ରତିଶତ ଭୋଟିଂ ହୋଇଥିଲା। ଦିଲ୍ଲୀରେ ୮.୯୪% ମତଦାନ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ସର୍ବାଧିକ ୧୬.୫୪% ମତଦାନ ହୋଇଛି।
ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଓ ଇନ୍ଦରଜିତ ସିଂହ, ବିଜେପିର ମେନକା ଗାନ୍ଧି, ସମ୍ବିତ ପାତ୍ର, ମନୋହର ଖଟ୍ଟର ଓ ମନୋଜ ତିୱାରୀ, କଂଗ୍ରେସର ମେହବୁବା ମୁଫତି ଏବଂ କହ୍ନେୟା କୁମାର ଅଛନ୍ତି। ଜୁନ ୧ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ।
Comments are closed.