ନବମଥର ପାଇଁ ନବୀନ ବିଜେଡିର ରାଜ୍ୟ ସଭାପତି

0

ଓଡ଼ିଆ ନ୍ୟୁଜ୍: ଆଜି ଗୋଷଣା ହୋଇଛି ବହୁ ପ୍ରତିକ୍ଷୀତ ବିଜେଡି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା। ନବମଥର ପାଇଁ ବିଜେଡିର ରାଜ୍ୟ ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ନିର୍ଦ୍ବନ୍ଦ୍ଵରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଆଜି ବିଧିବଦ୍ଧ ଭାବେ ନାଁ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ଏକାମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଦାଖଲ କରିଥିଲେ। ତେବେ ନବମଥର ଲାଗି ସଭାପତି ହେବା ପରେ ନବୀନଙ୍କୁ ବହୁ ନେତା ଏବଂ କର୍ମୀ ମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏଥର କିଛି ନୂଆ ପଦବୀ ଓ କମିଟି ସୃଷ୍ଟି କରିପାରନ୍ତି ନବୀନ।

Leave A Reply

Your email address will not be published.