ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ନବୀନ, ଦୀର୍ଘ ଅଧଘଣ୍ଟେ ଧରି କଲେ ଆଲୋଚନା

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଭେଟଘାଟ ପରେ ନବୀନ ଓ ମୋଦୀଙ୍କ ମଧ୍ୟରେ ୩୦ ମିନିଟର ଆଲୋଚନା ହୋଇଛି। ଆସନ୍ତା ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ଦୁଇ ନେତାଙ୍କ ମଧ୍ୟରେ ଏ ପ୍ରସଙ୍ଗ ଆଲୋଚନା ହୋଇଥିବା ମଧ୍ୟ ସୂଚନା ମିଳୁଛି । ସେପଟେ ବଳକା ଉଷୁନା ଚାଉଳ ପ୍ରସଙ୍ଗ ଠାରୁ କେନ୍ଦ୍ରୀୟ ଅନୁଦାନ ନେଇ ମଧ୍ୟ ଆଲୋଚନା ହୋଇଛି ।

ମୋଦୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି କରୋନା ପାଇଁ ପ୍ରଧାନ ମନ୍ତ୍ରୀଙ୍କ ସହିତ ଭେଟ ହୋଇ ପାରିନଥିଲା। ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ରାଷ୍ଟ୍ରପତି ନିର୍ବାଚନ ନେଇ କୌଣସି ଆଲୋଚନା ହୋଇନି। ସେହିପରି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ରହିଛି।

Leave A Reply

Your email address will not be published.