ଓଡ଼ିଆ ନ୍ୟୁଜ୍: ବିଜେପି ଘୋଡ଼ା ବେପାର କରୁଛି। ରାଜ୍ୟସଭା ନିର୍ବାଚନକୁ ନେଇ ନବୀନଙ୍କ ବଡ଼ ମନ୍ତବ୍ୟ।ବିଜେପି ଘୋଡ଼ା ବେପାର କରୁଛି କହିଲେ।ବିଜେପି ପ୍ରାର୍ଥୀ ଘୋଡ଼ା ବେପାର ଚେଷ୍ଟା ଜାରି ରଖିଛନ୍ତି।ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ କହିଲେ ନବୀନ।
ସେପଟେ ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ।ଘୋଡ଼ା ବେପାର ନେଇ ପରସ୍ପରକୁ ଆକ୍ଷେପ କଲେ।ବିଜେପି ଘୋଡ଼ା ବେପାର କରୁଛି, ଏହା ଅପରାଧ କହିଲେ ନବୀନ। ନବୀନଙ୍କର ଘୋଡ଼ା ବେପାର ଅଭିଜ୍ଞତା ରହିଛି କହିଲେ ଜୟନାରାୟଣ। ଆମେ ଘୋଡ଼ା ବେପାର କରୁନୁ, ବିବେକାନୁମୋଦିତ ଭୋଟ୍ ମାଗିଛୁ। ବିଜେଡି ବୁଡ଼ିଲା ଡଙ୍ଗା, ସିଏ ଡଙ୍ଗାରେ କିଏ ବସିବ।ଏଥିରୁ ନବୀନ ପରାଜୟ ସ୍ବୀକାର କରୁଥିବା ଜଣାପଡ଼ିଗଲାଣି।