ଓଡ଼ିଆ ନ୍ୟୁଜ୍: କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା।ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ।ସେମାନଙ୍କର ବାପାମାନେ ଜେଲ୍ରେ ରହିଛନ୍ତି।ବିଜେପି ଘୋଡ଼ା ବେପାର କରୁଛି କହିଥିଲି।
କ୍ରସ୍ ଭୋଟିଂ ଯେମିତି ନ ହୁଏ ତାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ବହୁ କସରତ କରିଥିଲେ । ହେଲେ ସବୁ ଉଦ୍ୟମ ଫସର ଫାଟିଛି । କଂଗ୍ରେସ ନିଜର ୧୪ ବିଧାୟକଙ୍କ ମଧ୍ୟରୁ ୮ ଜଣଙ୍କୁ ବେଙ୍ଗାଲୁରୁ ରିସର୍ଟରେ ନେଇ ରଖିଥିଲା । ଦଳୀୟ ହ୍ଵିପ୍କୁ ଅବମାନନା କରୁଥିବା ବିଧାୟକଙ୍କୁ ନୋଟିସ୍ ମଧ୍ୟ ଜାରି କରିଥିଲା । ଅନ୍ୟପଟେ ବିଜେଡି ପ୍ରତିଦିନ ନବୀନ ନିବାସରେ ବିଧାୟକଙ୍କ ହାଜିରା ନେଉଥିଲା । ଉଭୟ ଜାଣିଥିଲେ କ୍ରସ୍ ଭୋଟିଂ ହେବ । ମାତ୍ର ଏତେ ମାତ୍ରାରେ ହେବ ବୋଲି ଆଶା କରି ନ ଥିଲେ । ଖାସ୍ କରି ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କ୍ରସ୍ ଭୋଟିଂ କରିବାକୁ ସହଜରେ ଗ୍ରହଣ କରି ପାରୁନି ବିଜେଡି । ଆଉ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ମଧ୍ୟ କ୍ରସ୍ ଭୋଟିଂ ପର୍ବରେ ସାମିଲ ହୋଇଛନ୍ତି ।
କ୍ରସ୍ ଭୋଟିଂର ସମ୍ଭାବିତ ତାଲିକାରେ ରମାକାନ୍ତଙ୍କ ନାଁ ନ ଥିଲା । ତଥାପି ସେ କ୍ରସ୍ ଭୋଟିଂ କରିଥିବା ସୂଚନା ରହିଛି । ସବୁଠୁ ଆଶ୍ଚର୍ଯ୍ୟଜନକ ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଜେନା କ୍ରସ୍ ଭୋଟିଂ କରିବା । କେହି ଭାବିନଥିଲେ ରମେଶ ଦଳୀୟ ହ୍ଵିପ୍କୁ ଅବମାନନା କରିବେ । ଅନ୍ୟପଟେ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼, ସୁବାସିନୀ ଜେନା, ସୌଭିକ ବିଶ୍ଵାଳ, ସୋଫିଆ ଫିର୍ଦ୍ଦୋସ ଆଦି କ୍ରସ୍ ଭୋଟିଂ କରିବେ ବୋଲି ପୂର୍ବରୁ ସମ୍ଭାବନା ଥିଲା।