ଓଡ଼ିଆଙ୍କ ସୁରକ୍ଷିତ ଫେରିବା ବ୍ୟବସ୍ଥା କରନ୍ତୁ ସରକାର: ନବୀନ ପଟନାୟକ

0

ଓଡ଼ିଆ ନ୍ୟୁଜ୍: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା। ମୁଁ ବୁଝୁଛି ଯେ ଲକ୍ଷାଧିକ ଓଡ଼ିଆ ମଧ୍ୟପ୍ରାଚ୍ୟରେ ଫସିଛନ୍ତି। ଓଡ଼ିଆଙ୍କ ସୁରକ୍ଷିତ ଫେରିବା ବ୍ୟବସ୍ଥା କରନ୍ତୁ ସରକାର।ଉଭୟ ଭାରତ ଓ ଓଡ଼ିଶା ସରକାରଙ୍କୁ ଅନୁରୋଧ: ନବୀନ।

ନବୀନ କହିଛନ୍ତି ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପ୍ରଭାବ ସମଗ୍ର ଦୁନିଆରେ ପଡ଼ିଛି। ବିଶେଷ କରି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଫସି ରହିଛନ୍ତି ବହୁ ଭାରତୀୟ । ସେଥିରେ ଅନେକ ଓଡ଼ିଆ ମଧ୍ୟ ସାମିଲ୍ ଅଛନ୍ତି । ଫସିଥିବା ଓଡ଼ିଆଙ୍କୁ କେମିତି ସ୍ଵଦେଶ ଫେରାଇ ଅଣାଯିବ ସେ ନେଇ ପଦକ୍ଷେପ ନେବାକୁ ତଥା କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ସେ କହିଛନ୍ତି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଓଡିଶାର ଅନେକ ଲୋକ ଫସି ରହିଛନ୍ତି । ଯେଉଁଥିରେ ପ୍ରବାସୀ ଶ୍ରମିକ, ବୃତ୍ତିଗତ, ଛାତ୍ର, ପର୍ଯ୍ୟଟକ ସାମିଲ ଅଛନ୍ତି। ବିମାନ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଅନେକ ଲୋକ ଗୁରୁତର ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ବିପଦରେ ଅଛି । ସେମାନେ ଜରୁରୀ ସହାୟତା ପାଇଁ ଦେଶକୁ ଚାହିଁ ରହିଛନ୍ତି।

Leave A Reply

Your email address will not be published.