ଆପଣଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ବଦ୍‌ଲା ନେବା: ନବୀନ ପଟନାୟକ

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍‌।ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି। ଆପଣଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ବଦ୍‌ଲା ନେବା। ୧୬ ମାସର ବିଜେପି ସରକାରରେ କାମ ଜିରୋ, ବିକାଶ ପୂରା ବନ୍ଦ।ମିଶନ ଶକ୍ତି ମହିଳା ୮ ମାସ ହେଲା ଦରମା ପାଇ ନାହାନ୍ତି।ସେମାନେ ଗେମ୍‌ ଚେଞ୍ଜର ନୁହଁନ୍ତି, ନେମ୍‌ ଚେଞ୍ଜର।BSKY ଭଲ ନା ଆୟୁଷ୍ମାନ କହି ସମାଲୋଚନା କଲେ ନବୀନ।

ଜୟ ମା’ ମାଣିକେଶ୍ଵରୀ ସମ୍ବୋଧନ କରି ଭାଷଣ ଆରମ୍ଭ କରି ନବୀନ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କଟାକ୍ଷ କରିଛନ୍ତି ବିଜେପି ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ। ଗତ ୧୬ ମାସ ଧରି ସମଗ୍ର ଓଡ଼ିଶାରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି। ମାଗଣା ବିଦ୍ୟୁତ୍, ବୃଦ୍ଧ ନାଗରିକଙ୍କ ପାଇଁ ବର୍ଦ୍ଧିତ ପେନସନ୍, ଚାଷୀଙ୍କ ପାଇଁ ସାର ଯୋଗାଣ ଏବଂ କପା ସବସିଡି ସମେତ ଅନେକ ପ୍ରତିଶ୍ରୁତି ସରକାର ପୂରଣ କରି ନଥିବା ସେ କହିଛନ୍ତି। ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ଏବଂ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା ସେ କହିଛନ୍ତି।

ମିଶନ ଶକ୍ତିର ମହିଳାମାନେ ଆଠ ମାସ ଧରି ଦରମା ପାଇନାହାନ୍ତି। ରାଜ୍ୟରେ ବିଏସକେୱାଇ(BSKY) ତୁଳନାରେ ଆୟୁଷ୍ମାନ ଭାରତର ପ୍ରଭାବ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନର ପ୍ରଶାସନ ଗେମ୍ ଚେଞ୍ଜର ନୁହେଁ ବରଂ “ନାମ ପରିବର୍ତ୍ତନକାରୀ ସରକାର” ବୋଲି ନବୀନ କଟାକ୍ଷ କରିଛନ୍ତି।

Leave A Reply

Your email address will not be published.