ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ ପଟନାୟକ

0

ଓଡ଼ିଆ ନ୍ୟୁଜ୍: ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ ପଟନାୟକ। ତାଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ପ୍ରବଳ ଭିଡ଼ ଜମିଥିଲା। ତାଙ୍କ ପ୍ରଶଂସକ ତାଙ୍କ ଝଲକ ଟିକେ ପାଇବା ପାଇଁ ଯେମିତି ବ୍ୟାକୁଳ ହୋଇପଡିଥିଲେ। ନବୀନ ମଧ୍ୟ ସେମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।

ଏହା ପୂର୍ବରୁ ବିଜୁ ମହିଳା ଜନତା ଦଳର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ, ରଞ୍ଜିତା ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ମିନତୀ ବେହେରା ପ୍ରମୁଖ ନବୀନ ନିବାସକୁ ଯାଇ ଦଳର ସୁପ୍ରିମୋଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ସୂଚନାଯୋଗ୍ୟ, ନବୀନଙ୍କ ୨୨ ତାରିଖରେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ତାଙ୍କ ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇଠାରେ ତାଙ୍କର ଚିକିତ୍ସା ବ୍ୟବସ୍ଥାର ସମସ୍ତ କାର୍ଯ୍ୟ ତଦାରଖ କରିବେ।

Leave A Reply

Your email address will not be published.