ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର ସମ୍ପନ୍ନ

0

ଓଡ଼ିଆ ନ୍ୟୁଜ୍: ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର ସମ୍ପନ୍ନ।ସର୍ଭାଇକାଲ ଆର୍ଥାରାଇଟ୍‌ସର ସଫଳ ଅସ୍ତ୍ରୋପଚାର।କୋକିଳା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଅସ୍ତ୍ରୋପଚାର।ଦୁଇ ଦିନ ପାଇଁ ଅବଜରଭେସନରେ ରହିବେ।ସୂଚନା ଦେଲେ ଡାକ୍ତର ରମାକାନ୍ତ ପଣ୍ଡା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଛି ବଡ଼ ଅପ୍‌ଡେଟ୍‌। ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର ସମ୍ପନ୍ନ ହୋଇଥିବା ରବିବାର ଡାକ୍ତର ରମାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ନବୀନଙ୍କ ସର୍ଭାଇକାଲ ଆର୍ଥାରାଇଟ୍ସର ସଫଳ ଅସ୍ତ୍ରୋପଚାର ହୋଇଛି। ନବୀନ ଏବେ ମୁମ୍ବାଇର କୋକିଳା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅଛନ୍ତି। ତାଙ୍କୁ ଦୁଇ ଦିନ ପାଇଁ ଅବଜରଭେସନରେ ରଖାଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି।ଅପରେଶନ ନେଇ ପୂର୍ବରୁ ନବୀନ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଥିଲେ। ନବୀନ ତାଙ୍କ ପୋଷ୍ଟରେ ଲେଖଥିଲେ। ଯେ, ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ର ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି। ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଭାଇଭଉଣୀଙ୍କ ଶୁଭେଚ୍ଛା କାମନା କରିଥି

Leave A Reply

Your email address will not be published.