ନବୀନଙ୍କ ଚିଠି, ଗୃହରେ ସରଗରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଳୁ ପ୍ରସଙ୍ଗରେ ମମତାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିବା ନେଇ ଗୃହ ଉଠୁଛି ପଡୁଛି। ଆଳୁ ପାଇଁ ବିରୋଧୀ ଦଳ ନେତା କାହିଁକି ଚିଠି ଲେଖିଲେ ଏନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେବେ ଆଳୁକୁ ନେଇ ରାଜ୍ୟ ରାଜନୀତି ତାତି ଥିବା ବେଳେ ଏହାକୁ ନେଇ ମମତାଙ୍କୁ ଚିଠି ଲେଖି ଏଥିରେ ଆଉ ଟିକେ ଘିଅ ଢାଳିଥିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ଶାସକ ଦଳ ଖୁବ୍ ନିନ୍ଦା କରିଥିଲା । ନବୀନ ଶସ୍ତା ରାଜନୀତି କରୁଛନ୍ତି ବୋଲି କହିଥିଲା ।

ଅନ୍ୟପଟେ ରାଜ୍ୟରେ ଆଳୁ ଦର ଥମିଥିବା ବେଳେ ଥମିନି କିନ୍ତୁ ଆଳୁକୁ ନେଇ ଶାସକ ବିରୋଧୀଙ୍କ ଲଢେଇ । ଯାହାକୁ ନେଇ ଆଜି ନବୀନଙ୍କୁ କଡା ସମାଲୋଚନା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଡ ଚନ୍ଦ୍ର ପାତ୍ର । ଗୃହ ମୁଲତବି ଆଲୋଚନା ବେଳେ ଯୋଗାଣ ମନ୍ତ୍ରୀ ଏନେଇ କଡ଼ା ବିରୋଧ କରିଛନ୍ତି। ବିରୋଧୀ ଦଳ ନେତା କାହିଁକି ଚିଠି ଲେଖିଲେ, କେଉଁ ଆଧାରରେ ଲେଖିଲେ ବୋଲି ସେ ନବୀନଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି. ନବୀନଙ୍କର ଏଯାଏଁ ଚିଠି ଲେଖିବାର ଅଭ୍ୟାସ ଯାଇନି। ଅଭ୍ୟାସ ଅଛି ବୋଲି ଲେଖିଦେଲେ କି? ଶସ୍ତା ରାଜନୀତି ବନ୍ଦ କରନ୍ତୁ, ଆମେ ଚିଠି ଲେଖିବାରେ ବିଶ୍ବାସ କରୁନା। ଚିଠିରେ ସମାଧାନ ହୁଏନି, ମୁଖ୍ୟମନ୍ତ୍ରୀ ସିଧା କଥାହୋଇ ସମାଧାନ କରିଛନ୍ତି। ୨୪ ବର୍ଷ ହେଲା କିଛି କରିନାହାନ୍ତି ବୋଲି ଲୋକ ସେମାନଙ୍କୁ ସେପଟକୁ ପଠାଇଲେ ବୋଲି କୃଷ୍ଣ ପାତ୍ର କଟାକ୍ଷ କରିଛନ୍ତି।

ଗୃହ ମୁଲତବି ଆଲୋଚନା ବେଳେ ବିରୋଧୀ ଦଳ ନେତା କାହିଁକି ଚିଠି ଲେଖିଲେ, କେଉଁ ଆଧାରରେ ଲେଖିଲେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, କେଉଁ ଆଧାରରେ ବିରୋଧୀ ନେତା ଚିଠି ଲେଖିଛନ୍ତି । ନାଁ ତାଙ୍କର ଏଯାଏଁ ଚିଠି ଲେଖିବାର ଅଭ୍ୟାସ ଯାଇନି। ଅଭ୍ୟାସ ଅଛି ବୋଲି ଲେଖିଦେଲେ କି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ଏଭଳି କରି ବିରୋଧୀ ନେତା ଶସ୍ତା ରାଜନୀତି ବନ୍ଦ କରନ୍ତୁ । ଆମେ ଚିଠି ଲେଖିବାରେ ବିଶ୍ବାସ କରୁନା |

Leave A Reply

Your email address will not be published.