ଲୋକସଭା ସ୍ଵାଧିକାର କମିଟି ନିକଟରେ ହାଜର ହେଲେ ନବନୀତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ର ଅମରାବତୀର ସ୍ବାଧୀନ ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ଵାମୀ ରବି ରାଣାଙ୍କୁ ଗିରଫ ପ୍ରସଙ୍ଗ ଏବେ ବି ସାରାଦେଶରେ ସରଗରମ ରହିଛି। ସୋମବାର ଲୋକସଭା ସ୍ଵାଧିକାର କମିଟି ନିକଟରେ ନବନୀତ ହାଜର ହୋଇ ତାଙ୍କୁ ବେଆଇନ ଭାବେ ଗିରଫ କରି ନିର୍ୟାତନା ଦିଆଯାଇଥିବା ସଂକ୍ରାନ୍ତ ତଥ୍ୟ ରଖିଛନ୍ତି ।

ହନୁମାନ ଚାଳୀସା ପାଠ କରିବା ପାଇଁ ସେ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅତ୍ୟନ୍ତ ଆକ୍ରୋଶମୂଳକ ଭାବେ ଏହି ମାମଲାରେ ପଦକ୍ଷେପ ନେଇଥିଲେ ବୋଲି ନବନୀତ ରାଣା କହିଛନ୍ତି । ତାଙ୍କ ପ୍ରତି ଅନ୍ୟାୟ ହୋଇଥିବାରୁ ସଂସଦୀୟ କମିଟି ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ କହିଛନ୍ତି।

Leave A Reply

Your email address will not be published.