ଏନକାଉଣ୍ଟରରେ ଟଳିଲେ ନକ୍ସଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଲକାନଗିରି ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାଯାଇଛି। ଏଥିସହ ତାଙ୍କ ନିକଟରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ ହୋଇଛି | ଧମତରୀ ଜିଲ୍ଲା ମୁହକୋଟ ଆମଝର ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା ରହିଛି।

ସେହିପରି ଅନ୍ୟ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଏସଏଲଆର (SLR) ବନ୍ଧୁକ ସହ ମାଓସାମଗ୍ରୀ ଜବତ ହୋଇଛି। ସୂଚନା ଅନୁସାରେ ଖଲ୍ଲାରୀ ଥାନା ଅନ୍ତର୍ଗତ ମୁହକୋଟ ଆମଝର ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ଖବର ପାଇଥିଲେ ଯବାନ। ତୁରନ୍ତ ଧମତରୀ ଜିଲ୍ଲା ଏସପି ଅଞ୍ଜନେୟ ବୈଷ୍ଣ ନିଜେ ନେତୃତ୍ବ ନେଇ ଡିଆରଜି ଟିମକୁ ନେଇ ଜଙ୍ଗଲରେ ଚଢାଉ କରିଥିଲେ। ହେଲେ ଏଠାରେ ନକ୍ସଲ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। କିଛି ସମୟ ମଧ୍ୟରେ ନକ୍ସଲମାନେ ଯବାନଙ୍କ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ହୋଇଥିଲା। ସେଠାରେ ସେମାନେ ଜଣେ ନକ୍ସଲଙ୍କ ମୃତଦେହ ଜବତ କରିବା ସହ ଏସଏଲଆର ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଏଥିସହ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି।

Leave A Reply

Your email address will not be published.