ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଆଡମିଟ ହେଲେ ଆତିଶୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ହରିୟାଣା ସରକାର ଦିଲ୍ଲୀକୁ ଆବଶ୍ୟକ ମାତ୍ରାରେ ଜଳ ଛାଡିବା ଦାବିରେ ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଛି । ତାଙ୍କୁ ଆଜି ଦିଲ୍ଲୀର ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହରିୟାଣା ସରକାର ଦିଲ୍ଲୀ ଭାଗ ପାଣି ଛାଡ଼ିବା ଦାବିରେ ଆମରଣ ଅନଶନ କରୁଥିବା ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ସେ ହସ୍ପିଟାଲରେ ଆଡମିଟ ହେଉ ନ ଥିଲେ।

ମାତ୍ର ଅନଶନର ପଞ୍ଚମ ଦିନରେ ଅର୍ଥାତ ଆଜି ଭୋରରୁ ସ୍ୱାସ୍ଥ୍ୟାବସ୍ଥା ବହୁତ ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଲୋକ ନାୟକ ଜୟ ପ୍ରକାଶ (LNJP) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମ ଆଦମୀ ପାର୍ଟି କହିଛି, ଆତିଶୀ ଦିଲ୍ଲୀବାସୀଙ୍କ ଅଧିକାର ପାଇଁ ନିଜ ଜୀବନକୁ ବାଜି ଲଗାଇ ଆନ୍ଦୋଳକୁ ଓହ୍ଲାଛନ୍ତି । ତେବେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ର ସୂଚନା ଅନୁସାରେ, ତାଙ୍କ ଶରୀରରେ ରକ୍ତଚାପ ସହ ଗ୍ଲୁକୋଜର ମାତ୍ରା ମଧ୍ୟ ହ୍ରାସ ପାଇଛି । ସେ ଏବେ ସଙ୍ଗୀନ ସ୍ଥିତିରେ ଅଛନ୍ତି । ଏବେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଲାଗିରହିଛି । ଦିଲ୍ଲୀର ଉପରମୁଣ୍ଡରେ ରହିଛି ହରିୟାଣା ।

ସ୍ଥାନୀୟ ସରକାରଙ୍କ ନିଷ୍ପତ୍ତିକୁ ଦାୟୀ କରୁଛି ଦିଲ୍ଲୀ । ହରିୟାଣାରେ ଥିବା ହସ୍ତିନୀକୁଣ୍ଡ ବ୍ୟାରେଜରୁ ଦିଲ୍ଲୀକୁ ପର୍ଯ୍ୟାପ୍ତ ପରିମାଣର ଜଳରାଶି ଛଡା ନଯିବାରୁ ଏପରି ସ୍ଥିତି ଦେଖାଦେଉଥିବା ଦିଲ୍ଲୀ ସରକାର ବାରମ୍ବାର ଅଭିଯୋଗ କରୁଛନ୍ତି । ଦିଲ୍ଲୀର ଲୋକସଂଖ୍ୟା ପ୍ରାୟ 28ଲକ୍ଷରୁ ଅଧିକ ହୋଇଥିବା ବେଳେ ଦୈନିକ ପ୍ରାୟ 100 ମିଲୟନ ଗ୍ୟାଲେନ (MGD) ଜଳର ଆବଶ୍ୟକତା ରହିଛି । ହେଲେ ହରିୟାଣା ସରକାର ଏହାଠୁ ଅଳ୍ପ ପରିମାଣରେ ଜଳ ଛାଡୁଛନ୍ତି ।

Leave A Reply

Your email address will not be published.