ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ଆକଳନ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟୀ ହେବ କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ମାସରେ କର୍ଣ୍ଣାଟକରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଗଡ଼ ଜିତିବାକୁ କେବେଠୁ କମର କଷିଲେଣି ବିଭିନ୍ନ ରାଜନୈତିକ ଦଳ। ଏହାରି ମଧ୍ୟରେ ଏଥର ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସ ବିଜୟୀ ହେବ ବୋଲି ଆକଳନ କରିଛନ୍ତି ଏନ୍‌ସିପି ମୁଖ୍ୟ ଶରଦ ପାୱାର। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ ଏହି କଥା କହିଛନ୍ତି। ପାୱାର କହିଛନ୍ତି, କର୍ଣ୍ଣାଟକାରେ ଏବେ ବିଜେପି କ୍ଷମତାରେ ଅଛି। ଦଳ ପୁଣି ଥରେ ଜିତିବା ପାଇଁ ପ୍ରୟାସ ଚଲାଇଛି। କିନ୍ତୁ ମୋ ଆକଳନ କହୁଛି ସେଠାରେ କଂଗ୍ରେସ ଜିତିବ। ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ତାକୁ ଚଳିତ ବିଧାନସଭା ନିର୍ବାଚନ ସହିତ ଯୋଡ଼ୁଛି। ଜାତୀୟ ପ୍ରସଙ୍ଗ ଗୁଡ଼ିକୁ କର୍ଣ୍ଣାଟକାର ପ୍ରସଙ୍ଗଗୁଡ଼ିକ ସହିତ ଯୋଡୁଛି। ରାଜ୍ୟ ନିର୍ବାଚନ ଏକ ଭିନ୍ନ ପ୍ରକାର ଖେଳ।

ସେ କହିଛନ୍ତି, କେନ୍ଦ୍ରରେ ବିଜେପି ଶାସନରେ ଥିଲେ ମଧ୍ୟ ବିଧାନସଭା ନିର୍ବାଚନ ଗୁଡ଼ିକରେ ଅଣବିଜେପି ଦଳଗୁଡ଼ିକ ବାଜିମାତ କରିଛନ୍ତି। କେରଳ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ଅଣବିଜେପି ଦଳଗୁଡ଼ିକର ସରକାର ଚାଲିଛି। ମଧ୍ୟପ୍ରଦେଶରେ କଂଗ୍ରେସ ଜିତିଥିଲା। ପରେ ଯଦିଓ ଦଳରେ ଫାଟ ସୃଷ୍ଟି ହେଲା ଓ ବିଜେପି ସେଠାରେ ସରକାର କଲା। ସେହିପରି ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ବି ଅଣବିଜେପି ଦଳଗୁଡ଼ିକର ସରକାର ରହିଛି। ସେହିପରି ଆଉ କିଛି ରାଜ୍ୟରେ ଅଣବିଜେପି ଦଳ ସରକାର ଗଠନ କରିଛନ୍ତି।  ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ଏକାଠି ନହେଲେ ବିଜେପିକୁ ହରାଇବା କଷ୍ଟକର ହେବ ବୋଲି ଏନ୍‌ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି। ଏକାଠି ନହେଲେ ବିରୋଧୀ ଦଳଗୁଡ଼ିକ କିଛି କରିପାରିବେ ନାହିଁ ବୋଲି ସେ କହିଛନ୍ତି। ତେବେ କର୍ଣ୍ଣାଟକା ନିର୍ବାଚନ ପାଇଁ ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ ହେବ। ଆଉ ମେ’ ୧୩ ତାରିଖରେ ଗଣତି ହେବ।

ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମେ ୧୦ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ ଗଣତି ହେବ। ବୁଧବାର(୨୯ ମାର୍ଚ୍ଚ) ଭାରତୀୟ ନିର୍ବାତନ କମିଶନ ଏହି ଘୋଷଣା କରିଛନ୍ତି। ରାଜ୍ୟରେ ୨୨୪ ବିଧାନସଭା ଆସନ ପାଇଁ ଲଢ଼େଇ ହେବ। ଏଥିପାଇଁ ଆଜି ଠାରୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଯାଇଛି। ନିର୍ବାଚନ ପାଇଁ ମାର୍ଚ୍ଚ ୨୫ ତାରିଖରେ କଂଗ୍ରେସ ୧୨୪ ପ୍ରାର୍ଥୀ ଘୋଷଣା କରିଥିଲା। ଏଥିରେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ବରୁଣାରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରାଯାଇଥିଲା। ସେହିପରି ରାଜ୍ୟ କଂଗ୍ରେସ ମୁଖ୍ୟ ଡି.କେ ଶିବ କୁମାର କନକପୁରାରୁ ନିର୍ବାଚନ ଲଢ଼ିବା ସ୍ଥିର କରାଯାଇଛି।

Leave A Reply

Your email address will not be published.