ନେପାଳର ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

0

ଓଡ଼ିଆ ନ୍ୟୁଜ୍: ନେପାଳର ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା। କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ତାଙ୍କ ସହଯୋଗୀ ପ୍ରକାଶ ସିଲୱାଲ ନିଶ୍ଚିତ କରିଛନ୍ତି। ସୋସିଆଲ ମିଡିଆ ବ୍ୟାନକୁ ବିରୋଧ କରି ନେପାଳରେ GEN-Z ବର୍ଗର ବ୍ୟକ୍ତିବିଶେଷମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହେବା ସହ ୩୦୦ରୁ ଅଧିକ ଆହତ ହୋଇଥିଲେ। ଦେଶବ୍ୟାପୀ ପ୍ରତିବାଦର ନିଆଁ ଜଳୁଥିବା ବେଳେ ବଢ଼ୁଥିବା ଚାପ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଦର୍ଶନକାରୀ ସଂସଦ ଭବନକୁ କବଜା କରିନେଇଛନ୍ତି।

ଏହା ସହ ରାଷ୍ଟ୍ରପତିଙ୍କ ସହ ବହୁ ବଡ଼ ନେତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ପ୍ରଦର୍ଶନକାରୀମାନେ ଭକ୍ତପୁର ବାଲକୋଟ୍‌ ସ୍ଥିତ ପ୍ରଧାନମନ୍ତ୍ରୀ ଓଲିଙ୍କ ବାସଭବନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଓଲି ବର୍ତ୍ତମାନ ବାଲୁଭତାର ସ୍ଥିତ ପ୍ରଧାନମନ୍ତ୍ରୀ ବାସଭବନରେ ଅଛନ୍ତି। ପ୍ରଦର୍ଶନକାରୀମାନେ କାଠମାଣ୍ଡୁର ନାୟକାପ ପରେ ପୂବର୍ତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କ ବାସଭବନରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ରାଜଧାନୀର ବହୁ ସ୍ଥାନରେ ‘କେପି ଚୋର, ଦେଶ ଛାଡ଼’ ଓ ‘ଭ୍ରଷ୍ଟ ନେତା’ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କର ଭଳି ନାରା ବାଜି କରିଥିଲେ ବିକ୍ଷୋଭକାରୀ।

Leave A Reply

Your email address will not be published.