ନେପାଳରେ ବିକ୍ଷୋଭ ବେଳେ ୧୬ ମୃତ

0

ଓଡ଼ିଆ ନ୍ୟୁଜ୍: ନେପାଳରେ ସୋସିଆଲ୍ ମିଡିଆ ବ୍ୟାନ୍‌କୁ ବିରୋଧ କରି ବିକ୍ଷୋଭ; ୧୬ ମୃତ।ବିକ୍ଷୋଭ ବେଳେ କାଠମାଣ୍ଡୁରେ ବ୍ୟାପକ ହିଂସାକାଣ୍ଡ, ପୋଡ଼ାଜଳା।ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି। ଫେସବୁକ୍‌, ଇନଷ୍ଟାଗ୍ରାମ୍‌, ହ୍ବାଟ୍ସଆପ୍‌ ଆଦି ବ୍ୟାନ୍‌କୁ ପ୍ରବଳ ବିରୋଧ।ମୋଟ୍‌ ୨୬ଟି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ବ୍ୟାନ୍‌ କରିଛନ୍ତି ସରକାର।କାଠମାଣ୍ଡୁରେ ସେନାବାହିନୀ ମୁତୟନ, କର୍ଫ୍ୟୁ ଜାରି କଲେ ସରକାର।

ନେପାଳରେ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ବିରୋଧରେ ନେପାଳରେ ଏକ ବିଶାଳ ପ୍ରତିବାଦର ନେତୃତ୍ୱ ନେଉଛନ୍ତି ଜେନ୍ ଜେଡ୍‌ ପିଢ଼ି। ଅନଲାଇନରେ ଆରମ୍ବ ହୋଇଥିବା ଏହି ବିଦ୍ରୋହ ସୋମବାର ରାସ୍ତା ଉପରକୁ ଆସିଛି। ପ୍ରଦର୍ଶନକାରୀମାନେ ସଂସଦ ନିକଟରେ ପୁଲିସ ସହିତ ସଂଘର୍ଷ କରିଥିଲେ। ସୁରକ୍ଷା ବାହିନୀ ଗୁଳି ଚଳାଇବାରୁ ଅତି କମରେ ଷୋହଳ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ ରୁ ଅଧିକ ଆହତ ହୋଇଛନ୍ତି।’ଜେନ ଜେଡ ବିପ୍ଳବ’ ନାମରେ ପରିଚିତ କାଠମାଣ୍ଡୁରେ ହଜାର ହଜାର ଯୁବ ପ୍ରଦର୍ଶନକାରୀ ପ୍ରବେଶ କରିଥିଲେ। ଅନେକ ପୁଲିସ ବ୍ୟାରିକେଡ ଭାଙ୍ଗି ନିଷିଦ୍ଧ ଅଞ୍ଚଳଗୁଡ଼ିକୁ ପ୍ରବେଶ କରିଥିଲେ।

Leave A Reply

Your email address will not be published.